ଦିଲ୍ଲୀରେ ଆଇଇଡି ବିସ୍ଫୋରଣ

ନୂଆଦିଲ୍ଲୀ : ରାଜଧାନୀ ନୂଆଦିଲ୍ଲୀରେ ଆଜି ସନ୍ଧ୍ୟାରେ ଛୋଟ ଧରଣର ବିସ୍ଫୋରଣ ହୋଇଥିବା ଖବର ମିଳିଛି। ଇସ୍ରାଏଲ ଦୂତାବାସ ବାହାରେ ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ କେହି ମୃତାହତ ହୋଇନଥିବା ଖବର ମିଳିଛି। ହେଲେ କିଛି କାର୍ ର କାଚ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ଏଥିରେ ଆତଙ୍କବାଦୀର ହାତ ଥିବା ସନ୍ଦେହ କରାଯାଉଛି। ତେବେ ଏତେ ସୁରକ୍ଷା ଭିତରେ କେମିତି ବିସ୍ଫୋରଣ ଘଟିଲା ସେନେଇ ପୁଲିସ ତଦନ୍ତ କରୁଛି।

Spread the love