କ୍ଵାରେଣ୍ଟାଇନରେ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: କରୋନା  ମହାମାରୀ ସବୁ ସ୍ତରରେ ପ୍ରଭାବ ପକାଇଛି। ଆଇପିଏଲ ୨୦୨୧ ମଧ୍ୟ ବାଦ ପଡିିିନି। ସୋମବାର ଦିନ କୋଲକାତା ନାଇଟ ରାଇଡ଼ର୍ସ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ସହ ହେବାକୁ ଥିବା ମ୍ୟାଚ ସ୍ଥଗିତ କରାଯାଇଛି। ତେବେ ଟିମର ଅନ୍ୟ ସଦସ୍ୟଙ୍କ କରୋନା ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି। ସେହିପରି ବିସିସିଆଇ ଦିଲ୍ଲୀ କ୍ୟାପିଟାଲ୍ସ  ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ନୋଟିସ ଯାଏଁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୨୯ ତାରିଖରେ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କେକେଆର ଦିଲ୍ଲୀ କ୍ୟାପିଟାଲ୍ସ ସହ ମ୍ୟାଚ ଖେଳିଥିଲା। କେକେଆରର ଦୁଇ ଖେଳାଳି ସଂକ୍ରମିତ ହେବାପରେ ବିସିସିଆଇ ଆଉ କୌଣସି ବିପଦ ମୁଣ୍ଡାଇବାକୁ ଚାହୁଁନାହାନ୍ତି। ସେଥିପାଇଁ ଏହିଭଳି ନିର୍ଦ୍ଦେଶ ଦେଇଛନ୍ତି।

Spread the love