କେଜ୍ରିଙ୍କ ବାଜିମାତ

ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଚାଲିଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଆପ୍ ବହୁତ ଆଗରେ ରହିଛି। ୭୦ଟି ଆସନରୁ ଏବେ ସୁଦ୍ଧା ୫୩ଟିରେ ଆପ୍ ଆଗରେ ଚାଲିଥିବା ବେଳେ ବିଜେପି ୧୭ଟିରେ ଆଗରେ ରହିଛି। ପ୍ରାରମ୍ଭରେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଥିଲା ସୁଦ୍ଧା ଏହା ପୁଣି ପଛରେ ଚାଲିଛି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ନୂଆଦିଲ୍ଲୀ ଆସନରେ ଆଗୁଆ ରହିଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ପତପରଗଞ୍ଜ ଆସନରେ ଆଗୁଆ ରହିଛନ୍ତି। କଂଗ୍ରେସର ଚାନ୍ଦିନ ଚୌକ ପ୍ରାର୍ଥୀ ଅଳକା ଲାମ୍ବା ପଛରେ ପଡ଼ିଥିବା ବେଳେ ବିଜେପିର କପିଲ ମିଶ୍ରା କିଛି ସମୟ ଲିଡ୍‌ କରିବା ପରେ ଏବେ ସେ ପଛରେ ପଡ଼ିଯାଇଛନ୍ତି। ପ୍ରାରମ୍ଭିକ ଟ୍ରେଣ୍ଡ ଦେଖି ଆପ୍ ଶିବିରରେ ଉତ୍ସାହ ଦେଖାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

Spread the love