ମଙ୍ଗଳବାର ଲୋକସଭାରେ ଆଗତ ହେବ ଦିଲ୍ଲୀ ଅଧ୍ୟାଦେଶ ସଂପର୍କିତ ବିଲ୍

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଶାସନିକ ଅଧିକାରୀଙ୍କ ବଦଳି ସହ ଜଡ଼ିତ ବିଧେୟକ (ନ୍ୟାସନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ (ଆମେଣ୍ଡମେଣ୍ଟ) ବିଲ୍ ୨୦୨୩)  ମଙ୍ଗଳବାର ଲୋକସଭାରେ ଏକ ବିଲ୍ ଆଗତ ହେବ । ଏହାକୁ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥାପନ କରିବେ। ଏହାକୁ ନେଇ ଆସନ୍ତା କାଲି ଗୃହକାର୍ଯ୍ୟ ସରଗରମ ହେବାର ସମ୍ଭାବନା ରହିଛି ।

ଦିଲ୍ଲୀର ଆମ୍ ଆଦମୀ ପାର୍ଟି (ଆପ୍) ଆରମ୍ଭରୁ ଏହି ଅଧ୍ୟାଦେଶକୁ ବିରୋଧ କରି ଆସୁଛି। ଏଥିସହିତ ଏହି ବିଲ୍ କୁ ବିରୋଧ କରିବା ପାଇଁ ସେ ସମସ୍ତ ବିରୋଧୀ ଦଳର ସମର୍ଥନ ଲୋଡ଼ିଛନ୍ତି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ମଧ୍ୟ ଆପ୍ ର ରାଷ୍ଟ୍ରୀୟ ସଂଯୋଜକ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଅଧ୍ୟାଦେଶ ଜାରି ହେବାର କିଛି ଦିନ ପୂର୍ବରୁ ସୁପ୍ରିମ୍ କୋର୍ଟ ଦିଲ୍ଲୀ ସରକାରଙ୍କୁ ଦିଲ୍ଲୀରେ ବଦଳି ଓ ନିଯୁକ୍ତି ସମ୍ବନ୍ଧୀୟ ମାମଲାରେ ନିଷ୍ପତ୍ତି ନେବାର କ୍ଷମତା ଦେଇଥିଲେ। ଅଧ୍ୟାଦେଶ ଜାରି ହେବା ପରେ ଆପ୍ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଯାହା ପରେ କୋର୍ଟ ଏହି ମାମଲାକୁ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ହସ୍ତାନ୍ତର କରିଥିଲେ ।

Spread the love