ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ପ୍ରାଥମିକ ସ୍କୁଲ ବନ୍ଦ । ଜାଣନ୍ତୁ ୬ ରୁ ୧୨ କ୍ଲାସ ପର୍ଯ୍ୟନ୍ତ କ’ଣ ଆସିଲା ଗାଇଡଲାଇନ୍

ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନଜରରେ ରଖି ଦିଲ୍ଲୀ ସମସ୍ତ ପ୍ରାଥମିକ ସ୍କୁଲଗୁଡିକୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଏହାସହ ୬ ରୁ ୧୨ କ୍ଲାସ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଅନଲାଇନ କ୍ଲାସ କରିବାକୁ ସ୍କୁଲଗୁଡିକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଆତିଶୀ ମାରଲେନା ସୂଚନା ଦେଇଛନ୍ତି । ଶିକ୍ଷାମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି କି ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସେ କହିଛନ୍ତି କି, ଲଗାତର ଭାବେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାସହ ୬ କ୍ଲାସରୁ ୧୨ କ୍ଲାସ ପିଲାମାନଙ୍କ ପାଇଁ ଅନଲାଇନ କ୍ଲାସର ବ୍ୟବସ୍ଥା କରିବାକୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡିକୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଦିଲ୍ଲୀରେ ଏବେ ବାୟୁ ପ୍ରଦୂଷଣର ସ୍ତର ୯୦୦ ଏକ୍ୟୁଆର ପାର କରିଛି ।

Spread the love