ଦିଲ୍ଲୀରେ ରଥଯାତ୍ରା ସମ୍ପନ୍ନ

ଦିଲ୍ଲୀର ହାଉଜ଼ ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜି 41ତମ ରଥଯାତ୍ରା ସମ୍ପନ୍ନ ହୋଇଯାଇଛି।  ମହାପ୍ରଭଙ୍କ ପହଣ୍ଡି ବିଜେ ଓ ରଥ ଟାଣିବା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ପରିଲିକ୍ଷିତ ହୋଇଥିଲା। କ୍ରମଶଃ ଅପରାହ୍ନ ବେଳେକୁ ଅରବିନ୍ଦ ମାର୍ଗ ଠାରୁ ହlଉଜ଼ ଖାସ ଯାଏ ଲୋକlରନ୍ୟ ହୋଇଯାଇଥିଲା। ପୁରୀ ଶ୍ରୀ ମନ୍ଦିର ର ରୀତି ନୀତି ଭଳି ପାଳିତ ହୋଇ ଆସୁଥିବା ହଉଜଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ରଥଯାତ୍ରା ମହାନଗର ଦିଲ୍ଲୀର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ବହନ କରି ଆସିଛ।  ଆଜି ବଡି ଭୋରୁ ମନ୍ଦିର ପହଡ଼ ଖୋଲାଯାଇ ଶ୍ରୀ ବିଗ୍ରହ ମାନଙ୍କ ମଙ୍ଗଳ ଆରତୀ, ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଓ ସକାଳ ଧୂପ ନୀତି ସମ୍ପନ୍ନ ହେବା ପରେ ପରେ ମନ୍ଦିର ସମୁଖରେ ଦଣ୍ଡା ୟ ମାନ ଥିବା କୁଡିଏ ଫୁଟ ବିଶିଷ୍ଟ ସୁ ସଯିତ ରଥ କୁ ପ୍ରାଥୀଷ୍ଟl କରାଯାଇଥିଲା. ପୂର୍ବାହ୍ନ ରେ ମଙ୍ଗଳା ଅର୍ପଣ, ମଧ୍ୟାନ ଧୂପ, ଚିତା ଲାଗି ହୋଇ ଶ୍ରୀ ଜୀଉ ମାନଙ୍କୁ ଧାଡି ପହଣ୍ଡି ରେ ଅଣl ଯାଇ ରଥ ରୂଢ କରାଯାଇଥିଲା।  ଉପସ୍ଥିତ ହଜାର ହଜାର ଭକ୍ତ ଙ୍କ ହରିବୋଲ, ହୁଳହୁଳି ଶଙ୍ଖ, ଘଣ୍ଟି ଧ୍ଵନି ମଧ୍ୟରେ ସମଗ୍ର ମନ୍ଦିର ପ୍ରକମ୍ପତ ହୋଇ ଉଠିଥିଲା।

  ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛେରା ପହଁରା କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ରାଜ୍ୟ ବରିଷ୍ଠ ବି.ଜେ.ପି. ନେତା ତଥା ରାଜ୍ୟ ର ପୂର୍ବତନ ଆଇନ ମନ୍ତ୍ରୀ ବିଶ୍ୱ ଭୂଷଣ ହରିଚନ୍ଦନ ଓ ମନ୍ଦିରର ପ୍ରାଥୀଷ୍ଟlତା ସଦସ୍ୟ ଓ ଭୁତ ପୂର୍ଵ ସମ୍ପାଦକ ଦୁର୍ଯ୍ୟୋଧନ ପ୍ରଧାନ ଏଥିରେ ଯୋଗ ଦେଇଥିଲେ।  ଅପରାହ୍ନ ତିନଟା ପାଖl ପାଖି ରଥ ଟଣା ଯାଇ ଅରବିନ୍ଦ ମାର୍ଗ,ଗ୍ରୀନ ପାର୍କ ୟୁସୁଫସରାଇ, ଦେଇ AIIMS ପର୍ଯ୍ୟନ୍ତ ଯାଇ ପୁନଶ୍ଚ ସନ୍ଧ୍ୟା ରେ ମନ୍ଦିର ବେଢା କୁ ଅଣl ଯାଇଥିଲା।  ଏହି ଅବସରରେ ପୂର୍ଵ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ନୀଳାଚଳ ସେବା ସଙ୍ଘ ପକ୍ଷରୁ ପୂର୍ବାହ୍ନ ଏଗାର ଠାରୁ ସନ୍ଧ୍ୟା ଯାଏ ଭକ୍ତ ମାନଙ୍କୁ ମିଷ୍ଟାନ୍ନ ଖେଚୁଡ଼ି ଭୋଗ, ଶୀତଳ ପାନୀୟ ଜଳ, ଗଜା ମୁଗ ପ୍ରସାଦ ବିତରଣ କରାଯାଇଥିଲା।  ଶ୍ରୀ ନୀଳାଚଳ ସେବା ସଙ୍ଘ ର ସଭାପତି ପ୍ରବାସ ଚନ୍ଦ୍ର ପ୍ରତିହାରୀ, ସମ୍ପାଦକ ରବୀନ୍ଦ୍ର ପ୍ରଧାନ, ଉପସଭାପତି ଶତ୍ରୁଘନ ନାୟକ, ଗଜେନ୍ଦ୍ର ସାମନ୍ତ, ଅଭୟ ପ୍ରଧାନ, କୋଷାଧକ୍ଷ ରବିନାରାୟଣ ସାମଲ, ଯୁଗ୍ମ ସମ୍ପାଦକ ଅଶୋକ ପ୍ରଧାନ ସଦସ୍ୟ ଦିଲୀପ ସ୍ୱାଇଁ, ରଙ୍କନିଧି ସାହୁ, ବିଜୟ ସାହୁ, କ୍ଷୀରୋଦ ପାତ୍ର, ଅଭିରାମ ସୁତାରଙ୍କ ସହ ମନ୍ଦିର ପରିଚାଳକ ରଶ୍ମି ରଞ୍ଜନ ବେହେରା ଓ ମନ୍ଦିର ର ଅନ୍ୟନ୍ୟ ପ୍ରମୁଖ କର୍ମକର୍ତା, କର୍ମଚାରୀ ମନେ ଏହି ଉତ୍ସବକୁ ପରିଚାଳନା କରିବା ଦିଗରେ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସକ ଙ୍କ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ବନ୍ଦ ବୋସ୍ତ କରାଯାଇଥିଲା।  ସେହି ଭଳି ମନ୍ଦିର ପରିସରରେ ଏକ ଅସ୍ତlୟୀ ଚିକିଛା କେନ୍ଦ୍ର ଖୋଲା ଯାଇଥିଲା।

Spread the love