118 ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ଶୀତ, 2.4 ଡିଗ୍ରୀ ତାପମାତ୍ରା

ସମଗ୍ର ଉତ୍ତର ଭାରତ ସହିତ ଦିଲ୍ଲୀ ଜାଡ଼ରେ କମ୍ପୁଛି । ଭାରତୀୟ ପାଣିପାଗ ବିଭାଗ ଶନିବାର ସକାଳ 6ଟା 10ରେ 2.4 ଡିଗ୍ରା ରେକର୍ଡ କରିଛି । ଶୀତର ପ୍ରକୋପ ଯୋଗୁଁ ଲୋକେ ଜରୁରୀ କାମ ନ ଥିଲେ ବାହାରକୁ ବାହାରିବା ପସନ୍ଦ କରୁ ନାହାନ୍ତି । ଜାତୀୟ ରାଜଧାନୀରେ ଲୋକଙ୍କୁ କିଛି ସ୍ଥାନରେ ନିଆଁ ଜାଳି ବସିଥିବାର ମଧ୍ୟ ଦେଖାଯାଉଛି । ବିଗତ ସପ୍ତାହ ମଧ୍ୟରେ ଦିଲ୍ଲୀର ତାପମାତ୍ରା ପ୍ରତିଦିନ ନିମ୍ନଗାମୀ ହେଉଛି । ଏହା ଆହୁରି  କିଛି ଦିନ ଯାଏଁ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । 

ଦିଲ୍ଲୀ ପ୍ରଶାସନ ରାସ୍ତାକଡ଼ରେ ଦିନ ବିତାଉଥିବା ଲୋକଙ୍କୁ ରାତ୍ରୀ ଆଶ୍ରୟସ୍ଥଳକୁ ଯିବା ପାଇଁ ପରାମର୍ଶ ଦେଇଛି । ଆଶ୍ରୟ ସ୍ଥଳରେ ଯେଭଳି ଲୋକଙ୍କର କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସରକାର ନିଜର ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି । ଦିଲ୍ଲୀକୁ ବାଦ ଦେଲେ ହରିୟାଣା, ପଞ୍ଜାବ, ଜମ୍ମୁକଶ୍ମୀର, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶରେ ମଧ୍ୟ ସ୍ଥିତି ବହୁତ ଖରାପ ଦେଖାଯାଇଛି । ଏହି ରାଜ୍ୟଗୁଡ଼ିକରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହୋଇଛି । 

Spread the love