ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ନୁସରତ ଜହାଁ: ଡାକ୍ତରଙ୍କୁ କଲେ ଖାସ ଅନୁରୋଧ

କୋଲକାତା ୨୫/୦୮ : ଅଭିନେତ୍ରୀ ତଥା ସାଂସଦ ନୁସରତ ଜହାଁ ଖୁବ ଶୀଘ୍ର ଶିଶୁ ଜନ୍ମ ଦେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ସେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ସୁଦ୍ଧା ତାଙ୍କର ଶିଶୁ ଜନ୍ମ ହୋଇପାରେ। ଗତ କିଛି ଦିନ ହେଲା ନିଜ ଗର୍ଭାବସ୍ଥାକୁ ନେଇ ନୁସରତ ଜହାଁ ଚର୍ଚ୍ଚାରେ ଥିଲେ। ନିଖିଲ ଜୈନଙ୍କ ସହ ବିବାଦ ପରେ ତାଙ୍କ ଗର୍ଭାବସ୍ଥାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ରିପୋର୍ଟ ଅନୁଯାୟୀ ନୁସରତ ବର୍ତ୍ତମାନ ଅଭିନେତା ୟଶ ଦାସଗୁପ୍ତାଙ୍କୁ ଡେଟ କରୁଛନ୍ତି।

ନୁସରତ ଜହାଁଙ୍କ ପ୍ରସବ ନେଇ ପୂର୍ବରୁ କୁହାଯାଉଥିଲା ଯେ ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ସୁଦ୍ଧା ତାଙ୍କର ଶିଶୁ ଜନ୍ମ ହୋଇପାରେ। ଏକ ଖବର ଅନୁଯାୟୀ, ବୁଧବାର ଦିନ ଖବର ଆସିଥିଲା ଯେ ନୁସରତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୨୬ ତାରିଖରେ ତାଙ୍କର ଡେଲିଭରି ହୋଇପାରେ। ଏକ ରିପୋର୍ଟ ଅନୁଯାୟୀ, ନୁସରତ ଡାକ୍ତରଙ୍କୁ ଅନୁରୋଧ କରିଛନ୍ତି ଯେ ପ୍ରସବ ସମୟରେ ୟଶଙ୍କୁ ସାଙ୍ଗରେ ରହିବାକୁ ଅନୁମତି ଦେବେ।

୨୦୧୯ରେ ନୁସରତ ଜହାଁ ନିଖିଲ ଜୈନଙ୍କ ସହ ତୁର୍କୀରେ ବିବାହ କରିଥିଲେ। ସେ ଅନ୍ୟ ଧର୍ମରେ ବିବାହ କରିଥିବା ନେଇ ଖୁବ ଚର୍ଚ୍ଚା ହୋଇଥିଲା। ବିବାହର କିଛି ମାସ ପରେ ସେ ଦାବି କରିଥିଲେ ଯେ ତାଙ୍କ ବାହାଘର ଭାରତୀୟ ଆଇନ ଅନୁସାରେ ଅବୈଧ। ଏହାପରେ ନିଖିଲ ଜୈନ ବୟାନ ଦେଇଥିଲେ ଯେ ନୁସରତ ସେମାନନ୍କ ବାହାଘର ରେଜିଷ୍ଟର କରିବାକୁ ଅସ୍ବୀକାର କରିଥିଲେ। ୨୦୨୦ ଅଗଷ୍ଟରୁ ନୁସରତଙ୍କ ହାବଭାବ ବହୁତ ବଦଳି ଯାଇଥିଲା ବୋଲି ମଧ୍ୟ ନିଖିଲ କହିଥିଲେ। ଏହାପରେ ନଭେମ୍ବର ସେ ନିଖିଲଙ୍କ ଘର ଛାଡି ଚାଲି ଯାଇଥିଲେ।

Spread the love