ମୁକ୍ତିକାନ୍ତଙ୍କ ଧମକ, ଦାବି ପୂରଣ ନକଲେ ଦେହରେ ନିଆଁ ଲଗାଇଦେବି
ହୋଡିଂ ଉପରେ ଚଢି ଦେହରେ ଡିଜେଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ମୁକ୍ତିକାନ୍ତ । ଦାବି ପୂରଣ ନହେଲେ ଦେହରେ ନିଆଁ ଲଗାଇଦେବାକୁ ଦେଲେ ଧମକ । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଲେ ମୁକ୍ତିକାନ୍ତ । କହିଲେ, ମୋ ଦାବିକୁ ଆଦୌ ଶୁଣାଗଲାନି । ୨ ବର୍ଷରେ ହକି ଷ୍ଟାଡିୟମ ହେଲା ହେଲେ ଦାବି ପୂରଣ ହେଲାନି । ମୋ ଦାବି ପୂରଣ ନହେଲେ ମୋ ମାଟି ପାଇଁ ଜୀବନ ଦେଇଦେବି । ଓଡିଶା କଣ କେବଳ ଭୁବନେଶ୍ୱର, କଟକରେ? କାହିଁକି କଳାହାଣ୍ଡି, ବଲାଙ୍ଗିର ଭଳି ଜିଲ୍ଲାରେ ବିକାଶ ହୋଇପାରୁନି ? ଏଥିପାଇଁ କଣ ୨୨ ବର୍ଷର ଶାସନ ଦାୟୀ ନୁହେଁ । ଆଜି ଯଦି ବିଜୁ ବାବୁ ବଞ୍ଚିଥାନ୍ତେ ମୋତେ ଚାଲିବାକୁ ଦେଇନଥାନ୍ତେ । ମୋ ପାଖକୁ ଆସି ସମସ୍ୟାର ସମାଧାନ କରିଥାନ୍ତେ ଏମିତି କହି ସରକାରଙ୍କୁ ନିଜ ଦାବି ଜଣାଇଛନ୍ତି ମୁକ୍ତିକାନ୍ତ ।