ଦେଓଘର ରୋପୱେ ଦୁର୍ଘଟଣା: ୨ ମହିଳାଙ୍କ ମୃତ୍ୟୁ

ଦେଓଘର ୧୧/୦୪: ରବିବାର ସନ୍ଧ୍ୟାରେ ଦେଓଘରରେ ଘଟିଥିବା ରୋପୱେ ଦୁର୍ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ଏବେବି ଆହୁରି ୫୦ ପର୍ଯ୍ୟଟକ ୨୦୦୦ଫୁଟ ଉଚ୍ଚତାରେ ଫସି ରହିଛନ୍ତି । ସମସ୍ତ ଉଦ୍ୟମ ସତ୍ତ୍ୱେ, ପ୍ରାୟ ୨୦ଘଣ୍ଟା ପରେ ମଧ୍ୟ, ସେମାନଙ୍କୁ ଉଦ୍ଧାର କରାଯଇପାରିନି । ଉଦ୍ଧାର କାର୍ଯ୍ୟରେ ବାୟୁସେନାର ଦୁଇଟି ହେଲିକପ୍ଟର ମଧ୍ୟ ନିୟୋଜିତ କରାଯାଇଛି ।

କିନ୍ତୁ ତାର ଯୋଗୁଁ ହେଲିକପ୍ଟରକୁ ଟ୍ରଲିରେ ପହଞ୍ଚିବା କଷ୍ଟକର ହୋଇପଡିଛି । ଖାଦ୍ୟ ଏବଂ ପାନୀୟ ଜଳ ସେମାନଙ୍କ ନିକଟରେ ପହଞ୍ଚାଯାଉଛି । ସେପଟେ ଫସିରହିଥିବା ପରିବାର ସଦସ୍ୟଙ୍କ ଧୈର୍ଯ୍ୟ ମଧ୍ୟ ସୀମା ଟାପିଲାଣି । ସୂଚନା ଥାଉକି, ରହିବାର ସନ୍ଧ୍ୟାରେ ଦେଓଘର ଠାରୁ ୨୨କିଲୋମିଟର ଦୂରରେ ଥିବା ତ୍ରିକୁଟ୍ ପର୍ବତରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା ।

ରାମ ନବମୀ ଅବସରରେ ବହୁ ସଂଖ୍ୟାରେ ଆସିଥିବା ପର୍ଯ୍ୟଟକମାନେ ରୋପୱେରେ ଚଢି ରୋମାଞ୍ଚକର ମଜା ନେଉଥିଲେ । ତା’ପରେ ତାର ଛିଡିଯିବା କାରଣରୁ ଏକ ଟ୍ରଲି ତଳକୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ ଦୁଇଜଣ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ପର୍ଯ୍ୟଟକ ଆହତ ହୋଇଛନ୍ତି । ଉଦ୍ଧାର ହୋଇଥିବା ୭ଜଣ ଆହତଙ୍କୁ ଦେଓଗର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେମାନଙ୍କ ମଧ୍ୟରେ ଶିଶୁ ଏବଂ ମହିଳାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ପ୍ରାୟ ୫୦ଜଣଙ୍କୁ ୧୨ଟି ଟ୍ରଲିରେ ଉପରେ ଝୁଲି ରହିଛନ୍ତି ।

Spread the love