ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କଲେ ମୋଦୀ:ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ଵ

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ 25 ଜଣ କ୍ୟାବିନେଟ୍ ମନ୍ତ୍ରୀ, 9 ଜଣ ସ୍ୱାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ 24 ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ  ଶପଥ ଗ୍ରହଣ କରିଛନ୍ତି । ଶନିବାର ମନ୍ତ୍ରୀମାନଙ୍କ ଭିତରେ ବିଭାଗ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ଶୁକ୍ରବାର ଦିନ ଭାରତର ରାଷ୍ଟ୍ରପତି କେନ୍ଦ୍ରମନ୍ତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ମନ୍ତ୍ରାଳୟ ବଣ୍ଟନ କରିଛନ୍ତି।  ନିମ୍ନରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ବିଭାଗ ସଂପର୍କରେ ସୂଚନା ଦିଆଗଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : କର୍ମଚାରୀ, ସାଧାରଣ ଅଭିଯୋଗ ଏବଂ ପେନ୍‌ସନ୍‌, ଆଣବିକ ଶକ୍ତି ବିଭାଗ, ମହାକାଶ ବିଭାଗ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ ଏବଂ କୌଣସି ମନ୍ତ୍ରୀଙ୍କୁ ଦିଆ ଯାଇ ନ ଥିବା ବିଭାଗ।

ରାଜନାଥ ସିଂହ: ପ୍ରତିରକ୍ଷା,
ଅମିତ ଶାହା: ଗୃହମନ୍ତ୍ରାଳୟ,
ନୀତିନ ଜୟରାମ ଗଡ଼କରୀ: ସଡ଼କ ପରିବହନ ଏବଂ ରାଜପଥ ଓ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ
ଡି. ବି. ସଦାନନ୍ଦ ଗୌଡ଼ା: ରାସାୟନିକ ଏବଂ ସାର
ନିର୍ମଳା ସୀତାରମଣ: ଅର୍ଥ, କର୍ପୋରେଟ୍‌ ବ୍ୟାପାର
ରାମବିଳାସ ପାଶ୍ୱାନ: ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ
ନରେନ୍ଦ୍ର ସିଂହ ତୋମାର: କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ, ଏବଂ ପଞ୍ଚାୟତରାଜ
ରବି ଶଙ୍କର ପ୍ରସାଦ: ଆଇନ୍‌ ଓ ନ୍ୟାୟ, ଯୋଗାଯୋଗ, ଏବଂ ଇଲେକ୍‌ଟ୍ରୋନିକ୍ସ ଏବଂ ଇନ୍‌ଫର୍ମେସନ ଟେକ୍ନଲୋଜି
ହର୍‌ସିମ୍ରାତ୍‌ କୌ ବାଦଲ: ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
ଥାଓ୍ଵାର ଚାନ୍ଦ ଗେହେଲଟ୍‌: ସାମାଜିକ ନ୍ୟାୟ ଓ ପ୍ରବର୍ତ୍ତନ
ଡକ୍ଟର୍‌ ସୁବ୍ରମଣିୟାମ୍‌ ଜୟଶଙ୍କର: ବୈଦେଶିକ ବ୍ୟାପାର
ରମେଶ ପୋଖରିୟାଲ୍‌: ମାନବ ସମ୍ବଳ ବିକାଶ
ଅର୍ଜୁନ ମୁଣ୍ଡା: ଜନଜାତି ବ୍ୟାପାର
ସ୍ମୃତି ଜୁବିନ ଇରାନୀ: ମହିଳା ଓ ଶିଶୁ ବିକାଶ ଏବଂ ବୟନ ମନ୍ତ୍ରାଳୟ
ଡକ୍ଟର ହର୍ଷବର୍ଦ୍ଧନ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଭୂବିଜ୍ଞାନ ମନ୍ତ୍ରାଳୟ
ପ୍ରକାଶ ଜାଭଡ଼େକର: ପରିବେଶ, ଅରଣ୍ୟ ଓ ଜଳବାୟୁ ମନ୍ତ୍ରାଳୟ, ସୂଚନା ଓ ପ୍ରସାରଣ
ପୀୟୂଷ ଗୋୟାଲ୍‌: ରେଳବାଇ, ବାଣିଜ୍ୟ ଓ ଶିଳ୍ପ
ଧର୍ମେନ୍ଦ୍ର ପ୍ରଧାନ: ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ
ମୁଖ୍‌ତାର ଅବ୍ଦାସ୍‌ ନକ୍‌ଓ୍ଵି: ସଂସଦୀୟ ବ୍ୟାପାର, କୋଇଲା, ଖଣି
ଡକ୍ଟର ମହେନ୍ଦ୍ରନାଥ ପାଣ୍ଡେ: କୁଶଳ ବିକାଶ ଏବଂ ଔଦୌଗିକ
ଅରବିନ୍ଦ ଗଣପତ ସାଓ୍ଵନ୍ତ: ଭାରୀ ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ
ଗରିରାଜ ସିଂହ: ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ
ଗଜେନ୍ଦ୍ର ସିଂହ ଶେଖାଓ୍ଵତ୍‌: ଜଳଶକ୍ତି                        ସନ୍ତୋଷ  କୁମାର ଗଙ୍ଗୱାର: ଶ୍ରମ ଓ ନିୟୋଜନ
ରାଓ ଇନ୍ଦ୍ରଜିତ ସିଂହ: ଯୋଜନା, ପରିସଂଖ୍ୟାନ ଓ କାର୍ଯ୍ୟାନ୍ବୟନ
ଶ୍ରୀପଦ ୟେଶୋ ନାୟକ: ପ୍ରତିରକ୍ଷା, ଆୟୁର୍ବେଦ, ଯୋଗ, ହୋମିଓପାଥି
ଡ଼କ୍ଟର ଜି​ତେନ୍ଦ୍ର ସିଂହ: ଉତ୍ତର-ପୂର୍ବାଞ୍ଚଳ ଉନ୍ନୟନ, ପରମାଣୁ ଶକ୍ତି, ପିଏମଓ
କିରଣ ରିଜୁଜୁ: ଯୁବ ବ୍ୟାପାର ଏବଂ କ୍ରୀଡ଼ା, ସଂଖ୍ୟାଲଘୁ ବ୍ୟାପାର
ପ୍ରହ୍ଲାଦ ସିଂହ ପଟେଲ: ସଂସ୍କୃତି, ପର୍ଯ୍ୟଟନ
ରାଜ କୁମାର ସିଂହ: ଶକ୍ତି, ଅକ୍ଷୟ ଶକ୍ତି, ଦକ୍ଷତା ବିକାଶ
ହରଦୀପ ସିଂହ ପୁରୀ: ଗୃହ ନିମାଣ ଓ ସହରାଞ୍ଚଳ ବିକାଶ, ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଓ ଶିଳ୍ପ
ମନସୁଖ ଲାଲ ମାଣ୍ଡଭ୍ୟା: ଜାହାଜ ଚଳାଚଳ, ସାର ଓ ରସାୟନ

Spread the love