ନୀଳଗିରିର ନୂଆ ଉପଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କଲେ ଦୀପ୍ତିରଞ୍ଜନ ସେଠୀ

ନୀଳଗିରି ୨୦/୧୨ : ନୀଳଗିରି ଉପଖଣ୍ଡରେ ଦୀପ୍ତିରଞ୍ଜନ ସେଠୀ ନୂଆ ଉପଜିଲ୍ଲାପାଳ ଭାବେ ଯୋଗ ଦେଇଛନ୍ତି। ସେ ୨୦୧୦ ଓଏଏସ ବ୍ୟାଚର ଜଣେ ଓଏଏସ ଅଧିକାରୀ। ସେ ଜଣେ ଦକ୍ଷ ପ୍ରଶାସକ ହୋଇଥିବା ବେଳେ ତାଙ୍କ ଦୀର୍ଘଦିନର ପ୍ରଶାସନିକ କାର୍ଯ୍ୟରେ ଅଭିଜ୍ଞତା ରହିଛି।

୨୦୧୦ ଓଏଏସ ବ୍ୟାଚ ପରେ ସେ ପ୍ରଥମେ କୁଚିଣ୍ଡାରେ ବିଡ଼ିଓ ଭାବେ ଯୋଗ ଦେଇଥିଲେ।ପରେ ଭୋଗରାଇର ବିଡ଼ିଓ ଭାବେ ସାଢ଼େ ୪ବର୍ଷ କାର୍ଯ୍ୟରତ ଥିଲେ। ତାପରେ ଜଳେଶ୍ୱର ବିଡ଼ିଓ ଭାବେ କାର୍ଯ୍ୟ କରିବା ସମୟରେ ସରକାର ତାଙ୍କୁ ନୀଳଗିରି ଉପଜିଲ୍ଲାପାଳ ଭାବେ ପଦୋନ୍ନତି ନିର୍ଦ୍ଦେଶ ଦେଇଥିଲେ।

ସୋମବାର ୧୧.୩୦ରେ ସେ ନୀଳଗିରି ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୀଳଗିରିର ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଓ ଉପଖଣ୍ଡ ଅଧିକାରୀମାନେ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଛନ୍ତି। ସେ ଦାୟିତ୍ୱ ଗ୍ରହଣ କଲା ପରେ ନୀଳଗିରିର ବିକାଶ ସହିତ ସରକାରୀ ଯୋଜନାର ସଠିକ ରୂପାୟନ ପାଇଁ ଯତ୍ନବାନ ହେବେ ବୋଲି ସେ କହିଛନ୍ତି। ସୂଚନା ଯୋଗ୍ୟ ଗତ ୧ ତାରିଖ ଠାରୁ ନୀଳଗିରି ଉପଜିଲ୍ଲାପାଳ ପଦବୀ ଖାଲି ପଡିଥିଲା।

Spread the love