ଦମୟନ୍ତୀ ମାଝୀ ହେଲେ CMCର ଡେପୁଟି ମେୟର, ନିଦ୍ୱନ୍ଦ୍ୱରେ ନିର୍ବାଚିତ

କଟକ ୦୭।୦୪ : ଦମୟନ୍ତୀ ମାଝୀ ହେଲେ ଡେପୁଟି ମେୟର । କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ ମାଝୀ । ବିରୋଧରେ କେହି ନିର୍ବାଚନ ପାଇଁ ମଇଦାନରେ ନଥିବା ଲାଗି ଦମୟନ୍ତୀଙ୍କୁ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।

ସେପେଟ କଟକ ମହାନଗର ନିଗମର ସମସ୍ତ ୫୯ ଜଣ ନିର୍ଵାଚିତ କର୍ପୋରେଟର ଓ ନିର୍ଵାଚିତ ମେୟର ସୁଵାଷ ସିଂହ ଆଜି ଶପଥ ନେଇଛନ୍ତି । କଟକ ମହାନଗର ନିଗମର ପଞ୍ଚମ ମେୟର ଭାବେ ଶପଥ ନେଇଛନ୍ତି ସୁବାଷ ସିଂହ ।  ଏହାସହ ସୁବାଷ ସିଂହ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ ଡାଇରେକ୍ଟର ସଂଗ୍ରାମ ଜେନା କର୍ପୋରେଟର ଓ ମେୟରଙ୍କୁ ଶପଥ ପାଠ କରାଇଥିଲେ।

Spread the love