ଅଣଓଡିଆଙ୍କୁ ଖୁସି କରିବାକୁ ଓଡିଆଙ୍କ ଗାରିମା ନଷ୍ଟ କରିବା ନିନ୍ଦନୀୟ: ସମୀର ମହାନ୍ତି

 ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ ତଥା ପୂର୍ବତନ ସାଂସଦ, ସାହିତ୍ୟିକା ସ୍ୱର୍ଗତ ଜୟନ୍ତୀ ପଟ୍ଟନାୟକଙ୍କ ଉପରେ ଦିଆଯାଉଥିବା ଅପମାନଜନକ ଟିପ୍ପଣୀ ଆଦୌ ଗ୍ରହଣୀୟ ନୁହେଁ ବୋଲି ଟ୍ୱିଟ୍ କରି କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।  ଯେଉଁମାନେ ଆଜି ଆମ ଗହଣରେ ନାହାଁନ୍ତି ସେମାନଙ୍କ ବିଷୟରେ ଏଭଳି ଖରାପ ମନ୍ତବ୍ୟ ଦେବା, ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ନୁହେଁ । ଜାନକୀ ବାବୁ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ଓ ଅନ୍ୟ ରାଜ୍ୟର ରାଜ୍ୟପାଳ ପଦବୀରେ ଅଳଙ୍କୃତ କରିଥିଲେ । ତାଙ୍କର ଲିଖିତ କାଳଜୟୀ ପୁସ୍ତକ ଆଜି ବି ଅନେକ ପାଠକ ପାଠିକାଙ୍କ ହୃଦୟରେ ସାଇତା ହୋଇ ରହିଛି ।

ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ସାଂସଦ ବି ଥିଲେ । ଅଣ ଓଡ଼ିଆଙ୍କୁ ଖୁସି କରିବା ପାଇଁ ଓଡିଶାରେ ଓଡ଼ିଆ ଲୋକଙ୍କ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ନିନ୍ଦାଜନକ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁଃଖଦାୟକ । ଏଭଳି ଘଟଣାକୁ ଓଡ଼ିଆ ଲୋକମାନେ ଗ୍ରହଣ କରିବେ ନାହିଁ । ଏହା ଗଣତନ୍ତ୍ର ପାଇଁ ସୁସ୍ଥ ପରମ୍ପରା ନୁହେଁ ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । 

Spread the love