ଉପନିର୍ବାଚନ ପୂର୍ବରୁ ଆକ୍ସନ, ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ମଦ ଜବତ

ଭଦ୍ରକ ୨୯।୧୦ : ଧାମନଗର ଉପନିର୍ବାଚନ ପୂର୍ବରୁ ଅବକାରୀ ବିଭାଗ ଓ ପୋଲିସକୁ ସଫଳତା । ଦେଶୀ ଓ ବିଦେଶୀ ମଦ ପେଟି ସହ ଟାଟା ଏସି ଗାଡି ଜବତ । ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି ।

ଖବର ଅନୁଯାୟୀ, ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକଙ୍କ ନେତୃତ୍ୱରେ  ଧାମନଗର ଥାନା ଅନ୍ତର୍ଗତ ଭଗବାନପୁର, ପିରିଜିପୁର, କଲ୍ୟାଣୀ, ଚୂଡ଼ାକୁଟି ବଜାର ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଏଥିରେ  ଗୋଟିଏ ଟାଟା ଏସି ମାଲବାହୀ ଗାଡିରୁ ବିପୁଳ ପରିମାଣ ଲିଟର ବିଦେଶୀ ମଦ ଜବତ କରିବା ସହିତ ୪୦ ଲିଟର ଦେଶୀ ଏବଂ ଆସ୍କା ଫର୍ଟି ମଦ ଜବତ ହୋଇଛି । ଏହାସହ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଧାମନଗର ଥାନା ଅନ୍ତର୍ଗତ ମିର୍ଜାପୁର ଗାଁର ଧ୍ରୁବଚରଣ ମହାରଣା, ଭଗବାନପୁର ଗାଁର ରମେଶ ବେହେରା ଓ ପିରିଜିପୁର ଗାଁର ଅନନ୍ତ ବେହେରା l ତେବେ ଜବତ ହୋଇଥିବା ମଦ ଓ ଗାଡିରୁ ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଚଢାଉରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଧାମନଗର ଥାନାର କର୍ମଚାରୀମାନେ ସାମିଲ ରହିଥିଲେ ।

Spread the love