ନୂଆପଡ଼ା ଗସ୍ତରେ ପୋଲିସ ଡିଜି, ମାଓ ଗତିବିଧି ନେଇ କଲେ ସମୀକ୍ଷା

ନୂଆପଡ଼ା ୦୭।୧୧:  ନୂଆପଡା ଦିନିକିଆ ଗସ୍ତରେ ପୋଲିସ ମହା ନିର୍ଦ୍ଦେଶକ ଅଭୟ । ନୂଆପଡା ଜିଲ୍ଲାରେ ଚାଲିଥିବା ମାଓ ଗତିବିଧି ନେଇ ସମୀକ୍ଷା କରିଛନ୍ତି ଅଭୟ । ଏହାସହ ମାଓବାଦୀଙ୍କ ଗଡ଼ କୁହାଯାଉଥିବା ସୁନାବେଡା ଅଭୟାରଣ୍ୟର ଆକାଶ ମାର୍ଗରେ ବୁଲିବା ସହ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଏହାପରେ ନୂଆପଡା ଏସପିଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।  ନୂଆପଡା ଜିଲ୍ଲାରେ କିଛିବର୍ଷ ହେବ ମାଓ ଗତିବିଧି କମିଥିବା ସୂଚନା ଦେଇଛନ୍ତି ଡିଜିପି । ଯାହାର ଶ୍ରେୟ ଓଡିଶା ପୋଲିସ ଓ CRPF ଙ୍କୁ ଦେବା ସହ ଧନ୍ୟବାଦ ଦେଇଥିଲେ ଡିଜିପି ଅଭୟ ।

Spread the love