ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ପାଟନା,27/9: ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ରବିବାର ଦିନ ଜେଡିୟୁରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ବାସଭବନରେ ସେ ବିଧିବଦ୍ଧ ଭାବେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି ।ଗଣମାଧ୍ୟମକୁ ସୂଚନା ଦେଇ ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି ଯେ, ” ମୁଁ ରାଜନୀତି ବୁଝେ ନାହିଁ । ମୋତେ ମୁଖ୍ୟମନ୍ତ୍ରୀ ଡାକିଛନ୍ତି ଏବଂ ଦଳରେ ସାମିଲ ହେବା ପାଇଁ କହିଥିଲେ । ମୁଁ ଜଣେ ସାଧାରଣ ବ୍ୟକ୍ତି ଏବଂ ନିଜ ସମୟ ସମାଜର ନିମ୍ନ ବର୍ଗର ଲୋକଙ୍କୁ ସାହାର୍ଯ୍ୟ କରିବାରେ ବିତାଇବା ପାଇଁ ଚାହୁଁଛି” ।ଆହୁରି ମଧ୍ୟ ଗତ ସେପ୍ଟେମ୍ବର ୨୨ ତାରିଖରେ ନିଜ ଦାୟିତ୍ୱରୁ ଭିଆରଏସ୍ ନେଇଥିଲେ । ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ ଗୁପ୍ତେଶ୍ୱର ପାଣ୍ଡେଙ୍କର କାର୍ଯ୍ୟକାଳ ସମାପ୍ତ ହେବାକୁ ଆହୁରି ୫ ମାସ ବାକି ରହିଥିଲା । ଗତ ୨୦୧୯ ମସିହା ୩୧ ତାରିଖରେ ତାଙ୍କୁ ସୁବେର ଡିଜିପି କରାଯାଇଥିଲା ।

Spread the love