କିଏ ହେବେ ରାଜ୍ୟର ନୂଆ ଡିଜିପି, ତିନି ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ଵର ୧୪୩।୧୨:  କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ଡିଜି । କାହାକୁ ରାଜ୍ୟ ସରକାର ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ ବସାଇବେ । ୟୁପିଏସସି ୧୪ ଆଇପିଏସ  ଅଧିକାରୀଙ୍କ ନାମରୁ ସ୍କ୍ରୁଟିନି କରି ୩ ଜଣ ନାମ ରାଜ୍ୟ ସରାକାରଙ୍କୁ ପଠାଇବା ପରେ ଚର୍ଚ୍ଚା ଜୋର ଧରିଛି । ଏବେ ଏହି ତିନିଜଣଙ୍କ ମଧ୍ୟରୁ ଜଣଙ୍କୁ ପରବର୍ତ୍ତୀ  ଡିଜିପି ହେବେ।

କିଏ ହେବେ ନୂଆ ଡିଜିପି। ଏବେ ଡିଜି ଦୌଡରେ  ତିନି ଆଇପିଏସ ଅଫିସର। ୟୁପିଏସସି  ନାମ ପଠାଇବା ପରେ ୩ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ନୂଆ ଡିଜିପି ପାଇଁ ରାଜ୍ୟ ସରକାର ୧୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ନାମ ୟୁପିଏସସିକୁ ସୁପାରିଶ କରିଥିଲେ। ଏହି ୧୪ଜଣ ଆଇପିଏସ ଅଫିସରଙ୍କ  ମଧ୍ୟରୁ ୟୁପିଏସସି କମିଟି ସ୍କ୍ରୁଟିନି କରି ୩ଜଣଙ୍କ ନାମ ରାଜ୍ୟସରକାରଙ୍କ ପାଖକୁ ପଠାଇଛି।  ଏହି ତିନି ଜଣ ଆଇପିଏସ ଅଫିସର ହେଲେ  ସୁନୀଲ ବଂଶାଲ, ମନୋଜ ଛାବ୍ରା ଏବଂ ପ୍ରଦୀପ କାପୁର।  ଏହି ତିନି ଜଣଙ୍କ ଭିତରୁ ରାଜ୍ୟସରକାର ଜଣଙ୍କୁ ପରବର୍ତ୍ତୀ ଡିଜିପି ଭାବେ ବାଛିବେ।

ସୁନୀଲ ବଂଶଲଙ୍କ ଆଉ ୬ ମାସ କାର୍ଯ୍ୟକାଳ ଥିବା ବେଳେ ସେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ପ୍ରଦୀପ କାପୁରଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ଅଛି। ସେ ବି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଆଇ ପିଏସ ଅପିସର  ମନୋଜ ଛାବ୍ରାଙ୍କ କାର୍ଯ୍ୟକାଳ ଦେଢ଼ ବର୍ଷରୁ ଅଧିକ ରହିଛି।   ଏବେ ସେ  ସ୍ବତନ୍ତ୍ର ସୁରକ୍ଷା ବଳର(ଏସଏପି) ଡିଜି ଅଛନ୍ତି । ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ଶେଷସୁଦ୍ଧା  ଶେଷ ହେଉଛି। ତା ପୂର୍ବରୁ ନୂଆ ପୋଲିସ ଡିଜିଙ୍କ ନାଁ ଉପରେ ବାଜିବ ମୋହର ।

Spread the love