ଆସନ୍ତା ସପ୍ତାହରୁ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଖୋଲିପାରେ ଧବଳେଶ୍ୱର

କଟକ: ଆସନ୍ତା ସପ୍ତାହରୁ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଖୋଲିପାରେ ଧବଳେଶ୍ୱର। ଡଙ୍ଗା ଯୋଗେ ସପ୍ତାହରେ ୪ ଦିନ ଦର୍ଶନ ପାଇଁ ଦିଆଯାଇପାରେ ଅନୁମତି। ଧବଳେଶ୍ୱର ପୀଠର ପୂଜକ ସମିତି ଓ ସ୍ଥାନୀୟ ପ୍ରଶାସନର ଆଲୋଚନା ପରେ ଆଠଗଡ଼ ଉପଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।ଝୁଲାପୋଲ ମରାମତି ପାଇଁ ସର୍ବସାଧାରଣ ଦର୍ଶନ ସଂପୂର୍ଣ୍ଣ ବନ୍ଦ ରଖାଯାଇଛି।

ସୂଚନାଯୋଗ୍ୟ, ଗୁଜରାଟର ମୋରବିରେ ମଚ୍ଛୁ ନଦୀ ଉପରେ ନିର୍ମିତ ବ୍ରିଟିଶ ଅମଳର ଝୁଲାପୋଲ ଛିଣ୍ଡିଯିବାରୁ ଅକ୍ଟୋବର ୩୦ରେ ୧୩୫ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସମଗ୍ର ଦେଶରେ ଥିବା  ଝୁଲାପୋଲର ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏହି କ୍ରମରେ ଓଡିଶାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ଵରରେ ଥିବା ଝୁଲାପୋଲର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କାର୍ତ୍ତିକ ମାସରେ ତୁରନ୍ତ ଝୁଲାପୋଲକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇ ଏହାର ସ୍ଥିତି ପରଖାଯିବା ସହ ଆବଶ୍ୟକ ମରାମତି କରାଯାଉଛି।

Spread the love