ପିଏମଜିକେଏୱାଇରେ ଦୁଇ ମାସ ପାଇଁ ୮୦ କୋଟି ଲୋକଙ୍କୁଖାଦ୍ୟାନ୍ନ ଯୋଗାଯିବା ନିଷ୍ପତି ସ୍ୱାଗତଯୋଗ୍ୟ – ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମଜିକେଏୱାଇ) ଅଧୀନରେ ଚଳିତବର୍ଷ ମଇ ଏବଂ ଜୁନ ମାସରେ ଦେଶର ୮୦ କୋଟି ଲୋକଙ୍କୁ ମାଗଣାରେ ମାସିକ ୫ କେଜି ଖାଦ୍ୟାନ୍ନ ଯୋଗାଇ ଦିଆଯିବାର ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କଠିନ ସମୟରେ ଭାରତ ସରକାର ୨୬,୦୦୦ କୋଟି ଟଙ୍କା ଖର୍ଚ୍ଚରେ ଦେଶର ୮୦ କୋଟି ଲୋକଙ୍କୁ ଖାଦ୍ୟାନ୍ନ ଯୋଗାଯିବାର ନିଷ୍ପତି ସ୍ୱାଗତଯୋଗ୍ୟ । ମୋଦି ସରକାର ବର୍ତମାନର କୋଭିଡ୍ ସଂକଟରେ ସମସ୍ତଙ୍କୁ ସହାୟତା ଦେବା ସହ ଖାଦ୍ୟ ନିରାପତା ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି

Spread the love