ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ, ରେଳ ପ୍ରକଳ୍ପ ତ୍ୱରାନ୍ୱିତ ପାଇଁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର ୨୮।୧୧: ବହୁ ପ୍ରତିକ୍ଷୀତ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ ତ୍ବରାନ୍ବିତ ପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାରଙ୍କ ନେତୃତ୍ୱରେ ଓଡ଼ିଶାରେ ରେଳ ଯୋଗାଯୋଗ ତଥା ସଂଯୋଗୀକରଣରେ ବିକାଶର କାମ ତ୍ୱରାନ୍ୱିତ ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି ।

ରେଳ ପ୍ରକଳ୍ପ ଅନ୍ତର୍ଗତ ବାରୁଆଁ ପାହାଡ଼ର ୮୪୦ ମିଟର ଲମ୍ବ ସୁଡ଼ଙ୍ଗ କାର୍ଯ୍ୟ ଏବେ ଶେଷ ପର୍ଯାୟରେ । ଏହି ପ୍ରକଳ୍ପ ଓଡ଼ିଶାର ଖଣି ଅଂଚଳରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବ । ରାଜ୍ୟବାସୀଙ୍କ ୫ ଦଶନ୍ଧିର ଏହି ଦାବିକୁ ପୂରଣ କରିବା ତଥା ବହୁ ପ୍ରତିକ୍ଷୀତ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମକୁ ତ୍ବରାନ୍ବିତ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୧୯୨୮ କୋଟି ଖର୍ଚ୍ଚରେ ୧୪୯.୭୮ କିଲୋମିଟର ଏହି ରେଳ ପ୍ରକଳ୍ପ ଓଡ଼ିଶାର ଖଣି ଅଂଚଳରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବ। ରାଉରକେଲା ଓ ତାଳଚେର ମଧ୍ୟରେ ଦୂରତା ହ୍ରାସ ହେବ ଏବଂ ତାଳଚେର ଓ ରାଜ୍ୟର ଅର୍ଥନୀତିକୁ ଗତି ଦେବ। ୧୬.୩୧ କିମିର ସୁନାଖଣି-ସମଲ ଓ ସମଲ-ପରବିଲ୍ ୨ଟି ବ୍ଲକ ସେକ୍ସନକୁ ୨୦୨୦-୨୨ରେ କାର୍ଯକ୍ଷମ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାରେ ରେଳ କାର୍ଯର ବିକାଶକୁ ପ୍ରାଥମିକତା ଦିଆଯାଇଛି ବୋଲି ଟ୍ବିଟ୍ କରି ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Spread the love