ଓଡିଶାରେ ରାଜନୀତିକ ମଙ୍ଗ ଧରିବେକି ଧମେନ୍ଦ୍ରଙ୍କ ପତ୍ନୀ

ଭୁବନେଶ୍ବର : ନିର୍ବାଚନ ହେଉକି ଉପନିର୍ବାଚନ ଧର୍ମେନ୍ଦ୍ର ସବୁବେଳେ ଶୀର୍ଷରହି ରୁହନ୍ତି. ଏବେ ରାଜନୀତିରେ ତାଙ୍କ ପାଦରେ ପାଦ ମିଶାଇବାକୁ ଯାଉଛନ୍ତି ତାଙ୍କ ପତ୍ନୀ. ଆଜି ସକାଳେ ଧମେନ୍ଦ୍ରଙ୍କ ପତ୍ନୀକୁ ତାଳଚେର ଅଚଳରେ ଦେଖିବାକୁ ମିଳିଛି. ଧମେନ୍ଦ୍ରଙ୍କ ପତ୍ନୀ ମୃଦୁଳା ପ୍ରଧାନ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଗ୍ୟାସ ବଣ୍ଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି. ମୃଦୁଳାଙ୍କୁ ତାଳଚେର ଅଞ୍ଚଳର ବିଭିନ୍ନ ମଞ୍ଚ ବା ସଭାସମିତର ଦେଖିବାକୁ ମିଳିଛି. ତାଳଚେରବାଶି ଟାଣୁଆ ମନ୍ତ୍ରୀଙ୍କ ପତ୍ନୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବୋହୁ ଭାବେ ତାଙ୍କର ତାଳଚେରରେ ବେଶ ଖାତିର ରହିଛି। ଫଳରେ ତାଙ୍କ ସଭାରେ ଲକ୍ଷାଧିକ ଲୋକଙ୍କ ଭିଡ ଜମୁଛି.

ମୃଦୁଳା ପ୍ରଧାନ : ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନ ହେଉଛନ୍ତି ହିମାଚଳ ପ୍ରଦେଶର ଝିଅ। ସେ ଜଣେ ଏବିଭିପିର ଟାଣୁଆ କର୍ମି। ସେ ଛାତ୍ରୀ ଜୀବନରେ ଜମ୍ମୁ, ହିମାଚଳ ପ୍ରଦେଶ ଏବଂ ପଂଜାବର ଝିଅମାନଙ୍କୁ ଏବିଭିପିରେ ସାମିଲ କରିବା ପାଇଁ କାର୍ଯ୍ୟ କରୁଥିଲେ। ଧର୍ମେନ୍ଦ୍ର ମଧ୍ୟ ଛାତ୍ର ଜୀବନରେ ଏବିଭିପିର ସକ୍ରିୟ ସଦସ୍ୟ ଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ଦେଖା ସାକ୍ଷାତ ଭିତରେ ଉଭୟ 1995 ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହେଲେ। ମୃଦୁଳା ଏବିଭିପି ପରେ ହିମାଚଳ ପ୍ରଦେଶ ହାଇକୋର୍ଟରେ କିଛି ବର୍ଷ ଓକିଲ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।

ହେଲେ ବିବାହ ପରେ ସେ ଆଉ ଓକିଲାତି ପେଶା କାର୍ଯ୍ୟ କରିପାରିଲେ ନାହିଁ। ବିବାହ ପରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏଲଏମଏମ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଧର୍ମେନ୍ଦ୍ର ମନ୍ତ୍ରୀ ହେବା ପରେ ସେ ଜଣେ ଗୃହିଣୀ ଭାବେ ଜୀବନ ଅତିବାହିତ କରୁଛନ୍ତି। ତେବେ ସେ ବିବାହ କରିବା ପରେ ବର୍ତ୍ତମାନ ଓଡିଆ ପରିବାର ଭିତରେ ରହି ଭଲ ଓଡିଆ କହିପାରୁଛନ୍ତି।

ମୃଦୁଳା କଣ ଆଗରୁ ରାଜନୀତି କରୁଥିଲେ?

ବିବାହ ପରେ ମୃଦୁଳା ଏବିଭିପି କିମ୍ବା ରାଜନୀତିରେ ଆଉ ସକ୍ରିୟ ନ ଥିଲେ। ହେଲେ ଧର୍ମେନ୍ଦ୍ର ମନ୍ତ୍ରୀ ହେବା ପରେ ଦିଲ୍ଲୀରେ ତାଙ୍କୁ ବିଭିନ୍ନ ଓଡିଆ ଅନୁଷ୍ଠାନ ତରଫରୁ ସଭାସମିତିରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଆସିଲା। ଫଳରେ ସେ କେତେକ ଓଡିଆ ଅନୁଷ୍ଠାନରେ ଯୋଗ ଦେବା ସହିତ ରିତିମତ ସେମାନଙ୍କ ସହିତ ସଂପର୍କରେ ରହିଲେ। ଫଳରେ ଧର୍ମେନ୍ଦ୍ରଙ୍କୁ ସମର୍ଥନ କରିବା ପାଇଁ ନୂଆଦିଲ୍ଲୀର ଓଡିଆ ସଂଗଠନକୁ ମୃଦୁଳା ସୁଦୃଢ କରିବାରେ ଲାଗିଲେ।

ଏହିପରି କାର୍ଯ୍ୟ ପରେ ସେ ଗତ ଦିଲ୍ଲୀ ନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ। ଦିଲ୍ଲୀରେ ବିଜେପି ପ୍ରାର୍ଥୀଙ୍କ ପାଇଁ ସେ ଓଡିଆ ଭୋଟ ସାଉଁଟିବାରେ ଲାଗିଥିଲେ। ଏପରିକି ଅନେକ ସ୍ଥାନରେ ସେ ଧର୍ମେନ୍ଦ୍ରଙ୍କ ସହିତ ମଧ୍ୟ ପ୍ରଚାରରେ ସାମିଲ କରିଥିଲେ। ଏହିପରି ଭାବେ ସେ ଆକସ୍ମିକ ଭାବେ ରାଜନୀତିରେ ନିଜକୁ ସାମିଲ କରାଇଛନ୍ତି।

ଆଜି ତାଳଚେରରେ ସେ ଉଜ୍ଜଳା ବଣ୍ଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇବାରେ ଲାଗିଛନ୍ତି। ଭବିଷ୍ୟତରେ ସେ ତାଳଚେରରୁ ବିଜେପି ପ୍ରାର୍ଥୀ ହେବେ ବୋଲି ତାଙ୍କର ସମର୍ଥକମାନେ ଆଲୋଚନା କରିବାରେ ଲାଗିଛନ୍ତି। ମୃଦୁଳାଙ୍କ ଏପରି ରାଜନୈତିକ କାର୍ଯ୍ୟକ୍ରମ ଓଡିଶା ବିଜେପିରେ ଏକ ନୂଆ  ସମୀକରଣ ସୃଷ୍ଟି ହେଲାଣି।

Spread the love