ଯୁବପିଢ଼ିଙ୍କ ବୌଦ୍ଧିକ କ୍ଷମତା ଓ ସୃଜନଶୀଳତାକୁ ବ୍ୟବହାରିକ ରୂପ ଦେବା ଆମର ଲକ୍ଷ୍ୟ- ଧର୍ମେନ୍ଦ୍ର ପ୍ରଧାନ

ବାରଣାସୀ: ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ମାଧ୍ୟମରେ ଭାରତର ଯୁବପିଢ଼ିଙ୍କ ପାଖରେ ଥିବା ଜ୍ଞାନ, ବୌଦ୍ଧିକ କ୍ଷମତା, ସୃଜନଶୀଳତା ଓ ଅଭିନବ ଆଇଡ଼ ିଆକୁ ଏକ ବ୍ୟବହାରିକ ରୂପ ଦେବା ଆମର ଲକ୍ଷ୍ୟ ରହିଛି ବୋଲି ଗୁରୁବାର ଉତରପ୍ରଦେଶର ବାରଣାସୀ ଠାରେ ଆୟୋଜିତ ‘ଯୁବ ସମ୍ବାଦ’ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୁବପିଢ଼ିଙ୍କୁ ଦେଶ ପାଇଁ କିଛି କରି ଦେଖାଇବାର ପ୍ରୋତ୍ସାହିତ କରିବା ଉପରେ କହିଛନ୍ତି ଯେ ଭାରତର ପୁଞ୍ଜି ହେଉଛି ଶିକ୍ଷା, ଜ୍ଞାନ, ସମ୍ବେଦନଶୀଳତା, କୌଶଳ, ସୃଜନଶୀଳତା । ଛାତ୍ରଛାତ୍ରୀମାନେ ହିଁ ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତି । ସେମାନେ ନିଜର ଆତ୍ମବିଶ୍ୱାସକୁ ବଢ଼ାଇବା ଜରୁରୀ । ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତା ଓ
ସୃଜନଶୀଳତାକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ କରାଯାଇଛି । ଆମର ଶିକ୍ଷା ପଦ୍ଧତି ଆମର ଦୈନନ୍ଦିନ ଜୀବନଶୈଳି ସହ ଜଡ଼ିତ । ଦୀର୍ଘ ୩୪ ବର୍ଷ ପରେ ଭାରତର ପ୍ରାଚୀନ ସଭ୍ୟତା, ଶିକ୍ଷା ବ୍ୟବସ୍ଥା, ଚିକିତ୍ସା ବିଜ୍ଞାନକୁ ଆଧୁନିକତାର ରୂପ ଦେବା ପାଇଁ ଏହି ନୀତି ଅଣାଯାଇଛି । ମାତୃଭାଷା ସହ
ମୌଳିକ ଶିକ୍ଷା ଏବଂ ରୋଜଗାର ଆଧାରିତ ଶିକ୍ଷା ନୀତିରେ ମଧ୍ୟ ପ୍ରାଥମିକତା ଦିଆଯାଇଛି । ଏହି ଶିକ୍ଷା ବ୍ୟବସ୍ଥା ଦ୍ୱାରା ସମାଜର ଉନ୍ନତି ହେବା ସହ ଶିକ୍ଷା କ୍ଷେତ୍ରରେ ପରିବର୍ତନ ଆସିବ ।
ବର୍ତମାନ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ “ଆଜାଦୀ କା ଅମୃତ ମହୋତ୍ସବ” ପାଳନ କରୁଛି । ଏହି ସମୟରେ ଶିକ୍ଷା ଆମ ପାଇଁ ନୂଆ ଚ୍ୟାଲେଞ୍ଜ୍ ହୋଇଛି । ଏକବିଂଶ ଶତାବ୍ଦୀର ସମ୍ଭାବନାକୁ ଧ୍ୟାନରେ ରଖି ଶିକ୍ଷା କ୍ଷେତ୍ରରେ ଥିବା ଚ୍ୟାଲେଞ୍ଜ ଗୁଡ଼ିକୁ ସାମ୍ନା କରିବା ପାଇଁ ଯୁବକଙ୍କୁ ସୁଯୋଗ ଦିଆଯାଉଛି । ଚଳିତ ୨୦୨୨-୨୩ ଆର୍ôଥକ ବର୍ଷ ସାଧାରଣ ବଜେଟରେ ଶିକ୍ଷାକୁ ଅଧିକ ଗୁଣାତ୍ମକ କରିବା ପାଇଁ ପ୍ରଥମ ଥର ପାଇଁ ୧ ଲକ୍ଷ ୪ ହଜାର ୨୭୮ କୋଟି ଟଙ୍କାର ବ୍ୟୟବରାଦ୍ ହୋଇଛି । ଭାରତ ସରକାର ଜିଜିଟାଲ ୟୁନିଭରସିଟି ଦିଗରେ କାମ କରିବାର କଳ୍ପନା କରିଛନ୍ତି । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିବ । ଆଜି ୟୁକ୍ରେନରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭାରତର କୋଣ ଅନୁକୋଣରୁ ଅନେକ ବିଦ୍ୟାର୍ଥୀ ସେଠାରେ ଫସି ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ‘ଅପରେସନ ଗଙ୍ଗା’ ମାଧ୍ୟମରେ ଆମ ଦେଶର ବିଦ୍ୟାର୍ଥୀଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ଚେଷ୍ଟା ଜାରୀ ରହିଛି ।
କୌଣସି ବି ଭଲ କାମ କରିବା ପାଇଁ ନିର୍ଣ୍ଣାୟକ ନିଷ୍ପତି ନେବା ଦରକାର । ୨୦୧୪, ୨୦୧୭ ଏବଂ ୨୦୧୯ରେ ୟୁପି ବିଜେପିକୁ ସମର୍ଥନ କରିଆସିଛି । ପ୍ରଗତି ପାଇଁ ଏକ ନିର୍ଣ୍ଣାୟକ ନେତୃତ୍ୱର ଆବଶ୍ୟକତା ଅଛି । ଦୂରଦୃଷ୍ଟିସମ୍ପନ୍ନ, ନିର୍ଭୀକ, ଭ୍ରଷ୍ଟାଚାର ବିରୋଧୀ ସରକାର ଲୋକଙ୍କୁ ଦରକାର ଏବଂ ଏପରି ଏକ ନିର୍ଣ୍ଣାୟକ ସରକାର ଲୋକଙ୍କୁ ଦେବାରେ ବିଜେପି ସକ୍ଷମ ହୋଇଛି । ଚଳିତ ୟୁପି ନିର୍ବାଚନ ଯୁବପିଢ଼ ିମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Spread the love