ପାଇକ ସ୍ମାରକୀ ନିର୍ମାଣ ପାଇଁ ଜମି ଦେବାକୁ ରାଜ୍ୟ କ୍ୟାବିନେଟ୍‌ରେ ମଞ୍ଜୁରୀ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ବରୁଣେଇରେ ପାଇକ ସ୍ମାରକୀ ପାଇଁ ଜମି ପ୍ରଦାନ କରିବେ ରାଜ୍ୟ ସରକାର । ୯ ଏକର ୬୮୫ ଡିସିମିଲ ଜମି ଦେବାକୁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ୍‌ କରି କହିଛନ୍ତି ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ ଇଣ୍ଡିଆନ୍‌ ଅଏଲ ଫାଉଣ୍ଡେସନ ସ୍ମାରକୀ ନିର୍ମାଣ ପାଇଁ ସହଯୋଗ ପ୍ରଦାନ କରୁଛନ୍ତି।

୨୦୧୭-୧୮ରେ ଭାରତର ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ବଜେଟରେ ଅର୍ଥର୍ ବରାଦ କରିବା ସହ ଓଡ଼ିଆ ଜାତିର ବୀରତ୍ୱକୁ ଅନ୍ତରାଷ୍ଟ୍ରୀୟ ସ୍ୱୀକୃତି ପ୍ରଦାନ କରିଥିଲେ। ପାଇକ ବିଦ୍ରୋହକୁ ଦେଶ ସାମ୍ନାରେ ଉପସ୍ଥାପିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ଠାପର ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ଜାତିର ଅଦମ୍ୟ ସାହସ ବୀରତ୍ୱର ପ୍ରତୀକ ହୋଇ ପାଇକ ସ୍ମାରକୀ ଯୁବପୀଢିଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ ଟ୍ଵିଟ୍‌ କରି କହିଛନ୍ତି।

Spread the love