୨୦୨୪ ନିର୍ବାଚନରେ ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା, ଭ୍ରଷ୍ଟାଚାରକୁ ବିଜେପି ପ୍ରମୁଖ ପ୍ରସଙ୍ଗ କରିବ- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଡିସେମ୍ବର ୧୭ – ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା, ଭ୍ରଷ୍ଟାଚାରକୁ ବିଜେପି ପ୍ରମୁଖ ପ୍ରସଙ୍ଗ କରିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲା ସଭାପତି ଓ ରାଜ୍ୟ ପଦାଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଯୋଗ ଦେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଧାମନଗର ଓ ପଦ୍ମପୁର ଉପନିର୍ବାଚନ ଉଭୟ ଗୁଡିଏ ବିଷୟରେ ୨୦୨୪କୁ ସାମ୍ନା କରିବା ପାଇଁ ଭାରତୀୟ ଜନତା ପାର୍ଟିକୁ ଶିକ୍ଷା ଦେଇଛି । ଆମ ପାଖରେ ଧାମନଗର ମଡେଲ ଅଛି । ବିଜେପି ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଛି । ଆଗାମୀ ନିର୍ବାଚନରେ ଲୋକମାନଙ୍କର ଦଳ ପାଖରୁ ଥିବା ଅପେକ୍ଷା ଅନୁଯାୟୀ ଓଡ଼ିଶା ସରକାରଙ୍କ ଅପାରଗତା, ସ୍ଥାଣୁତା, ଭ୍ରଷ୍ଟାଚାରକୁ ପ୍ରମୁଖ ପ୍ରସଙ୍ଗ କରାଯିବ । କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ରାଜନୈତିକ ପ୍ରସଙ୍ଗ ସହ ସଂଗଠନାତ୍ମକ ରଚନା ଓ ଏହାର ଦୃଢୀକରଣ ସମ୍ପର୍କରେ ଆଲୋଚନା ହେବ । ଏହି ବୈଠକ ଆଗାମୀ ଦିନରେ ଦଳକୁ ନିଶ୍ଚୟ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Spread the love