ଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କୁ ଘର ଦେବା ପାଇଁ ମାହାଙ୍ଗା ଦେଇଥିବା ବଳିଦାନ ବ୍ୟର୍ଥ ଯିବ ନାହିଁ- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ଫେବୃୟାରୀ ୦୨ – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କୁ ଘର ଦେବା ପାଇଁ ମାହାଙ୍ଗା ମାଟି ଦେଇଥିବା ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଗୁରୁବାର କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀର ଆୟୋଜିତ ବିଜେପି ‘ସଂକଳ୍ପ ସମାବେଶ’ର ୫ମ ବାର୍ଷିକ ପୂର୍ତ୍ତି ଉତ୍ସବରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ପାଇଁ ମାହାଙ୍ଗା ବଳିଦାନ ଦେଇଛି । ମାହାଙ୍ଗାର ବିଜେପି କାର୍ଯ୍ୟକର୍ତ୍ତା ସ୍ୱର୍ଗତ କୁଳମଣି ବରାଳ ଗରିବ ଲୋକଙ୍କ କଲ୍ୟାଣ ପାଇଁ ଦେଇଥିବା ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ । ଚଳିତବର୍ଷ ବଜେଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ବ୍ୟୟ ବରାଦ ୬୬% ବା ୭୯,୦୦୦ କୋଟି ଟଙ୍କାରୁ ଅଧିକ କରାଯାଇଛି । ଓଡ଼ିଶା ପାଇଁ ଅତିରିକ୍ତ ସାଢେ ୯ ଲକ୍ଷ ଅତିରିକ୍ତ ଘର ଯାଇଛି । ରାଜ୍ୟରେ ଘର ଆବଣ୍ଟନରେ ଗରିବ ଶ୍ରେଣୀ ଲୋକମାନଙ୍କୁ ବଂଚିତ କରିବାର ଷଡଯନ୍ତ୍ର ହେଉଛି । ଓଡ଼ିଶାର ଗାଁ ଗଣ୍ଡାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଉତ୍ସବ ପାଳନ କରାଗଲା । ଅଥଚ ମୋଦି ଦେଉଥିବା ଟଙ୍କାରେ ଯୋଗ୍ୟ ଲୋକଙ୍କୁ ଘର ମିଳୁନାହିଁ । ମନରେଗାରେ କାମ ମିଳୁନି ଓ ଟଙ୍କା ହଡପ ହେଉଛି ।

ମାହାଙ୍ଗା ଏକ ଭୂଖଣ୍ଡ ନୁହେଁ । ଓଡ଼ିଶାର ସଂସ୍କୃତି, ପରମ୍ପରା, କଳା, ଐତିହ୍ୟ, ସାହିତ୍ୟର ଅନନ୍ୟ କ୍ଷେତ୍ର ହେଉଛି ମାହାଙ୍ଗା । ମାହାଙ୍ଗାର ବିଚାର ଓଡ଼ିଶାକୁ ପ୍ରଭାବିତ କରେ । ମାହାଙ୍ଗାରେ ବିଶ୍ୱକୁ ପ୍ରଭାବିତ କରିବା ଭଳି ମହାପୁରୁଷ ଅଚ୍ୟୁତନନ୍ଦ ଗାଦି, ଅରକ୍ଷିତ ଦାସ ଓ ହାଡ଼ି ଦାସଙ୍କ ପୀଠ ରହିଛି ।

ଅର୍ଥମନ୍ତ୍ରୀ କହିଲେ ଅମୃତ କାଳର ବଜେଟ ଭାରତକୁ ବିକଶିତ କରିବ । ମୋଦି ସରକାର ଲୋକାଭିମୁଖୀ ସରକାର ସେ ଦେଶର ସେବକ ଭାବେ ଦାୟିତ୍ୱ ନେଇଛନ୍ତି । ମାହାଙ୍ଗାର କଲ୍ୟାଣ ଓ ଓଡ଼ିଶାର ଗରିବ ଲୋକଙ୍କ ହିତ ପାଇଁ ସଂକଳ୍ପ ନେବ । ମୋଦି କରିଥିବା ଯୋଜନାକୁ ଓଡ଼ିଶାରେ ଗାଁ ଗାଁରେ ପହଞ୍ଚାଇବା ପାଇଁ ପଡିବ । ଲୋକଙ୍କ ଭିତରେ ଜାଗରଣ ତିଆରି କରିବା ପାଇଁ ପଡିବ । ଆମେ ସମସ୍ତେ କାର୍ଯ୍ୟକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କର ଅନୁଯାୟୀ ଭାବେ ଓଡ଼ିଶାରେ ସୁଶାସନ ପ୍ରତିଷ୍ଠା ଓ କଲ୍ୟାଣକାରୀ ବ୍ୟବସ୍ଥା ତିଆରି କରିବା ପାଇଁ ଜନଜାଗରଣ ତିଆରି କରିବା ଦରକାର ଏବଂ ମୋଦିଜୀଙ୍କ ବାର୍ତ୍ତାକୁ ରାଜ୍ୟର ୧ କୋଟି ଘରେ ପହଞ୍ଚାଇବା ସହ ଓଡ଼ିଆ ଲୋକଙ୍କ ଦାୟିତ୍ୱ ନେବା ପାଇଁ ସଂକଳ୍ପ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Spread the love