ଧାନ କିଣା ଅବଧି ବଢିବ ନାହିଁ : ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର:  ଧାନ କିଣା ଅବଧି ବଢିବ ନାହିଁ । ଅବଧି ବଢାଇବାକୁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଚିଠି ଲେଖିବେ ନାହିଁ । ଏନେଇ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରତିକ୍ରିୟା ରଖିଛନ୍ତି ।

ଗତ ଥର ଅପେକ୍ଷା ଏଥର ୮ ପ୍ରତିଶତ ଅଧିକ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଛି ।ଗତ ବର୍ଷ ୮୩ ଲକ୍ଷ ଚାଷୀ ଧାନ ବିକିଥିଲେ । ଏଥର ୯୧ ପ୍ରତିଶତ ଚାଷୀଙ୍କଠାରୁ ଧାନ କିଣିଛନ୍ତି ରାଜ୍ୟ ସରକାର । ବରଗଡ ଜିଲ୍ଲାରେ ୯୯ ପ୍ରତିଶତ ଚାଷୀଙ୍କଠାରୁ ଧାନ କିଣାଯାଇଛି ।ରାଜ୍ୟରେ ମୋଟ୍ ୧୧ ଲକ୍ଷ ୯୨ ହଜାର ଚାଷୀଙ୍କଠାରୁ ଧାନ କିଣାଯାଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଧାନ କିଣାରେ ଟେକ୍ନୋଲୋଜି ପ୍ରୟୋଗ ହୋଇଥିବାରୁ ମିଡିଲ ମ୍ୟାନମାନେ ପଶି ଧାନ ବିକି ପାରୁନାହାନ୍ତି । ପଡୋଶୀ ରାଜ୍ୟରେ ରବି ଧାନ କିଣାଯାଏ ନାହିଁ । ପଡୋଶୀ ରାଜ୍ୟର ଧାନ ଆମ ରାଜ୍ୟକୁ ପଶି ଆସିଛି । ତାକୁ ବିକ୍ରି ପାଇଁ ଉଦ୍ୟମ ଚାଲିଛି । ଯେହେତୁ ପେଟ୍ରୋଲ ଦର ବୃଦ୍ଧି, ଦରଦାମ ବୃଦ୍ଧି ଏବଂ ଟିକା ଯୋଗାଇ ପାରୁନି ସେଥିପାଇଁ ବିଜେପି ଧାନ କିଣାକୁ ନେଇ ଇସ୍ୟୁ କରୁଛି । ଧାନ କିଣାକୁ ନେଇ ଆନ୍ଦୋଳନ ଏକ ପଲିଟିକାଲ ଷ୍ଟଣ୍ଟ ।

Spread the love