ସଇଁନ୍ତଲା ରେ ଧାନ ମଣ୍ଡି ଉଦଘାଟନ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସମବାୟ ସମିତି ରେ ଆଜି ଧାନ ମଣ୍ଡି ଉଦଘାଟନ ହୋଇଯାଇଛି।କମିଟିର ସଭାପତି ପ୍ରଭାତ ସିଂ ଭୋଇ ,ସମବାୟ ସମିତିର ସମ୍ପାଦକ ରୋହିତ ସାହୁ,ଡିଇଓ ଚନ୍ଦ୍ର ଚନ୍ଦନ,ତୁଳସୀ ପ୍ରସାଦ ସାହୁ,ସଂଜୁୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।କିଛି ମିଳରେ ଧାନ ଗଚ୍ଛିତ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରିବା ପାଇଁ ସାଧାରଣ ରେ ଦାବି ହେଇଛି।କମ ଟଙ୍କା ରେ ଦଲାଲ ଚାଷୀ ଙ୍କ ଠାରୁ ଧାନ କିଣି ମିଳରେ ଭର୍ତ୍ତି କରିଛି।ଏବେ ଅନେକ ଗାଁରେ ଦଲାଲ ଙ୍କ ରାଜ୍ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ମଧ୍ୟ ସାଜିଛି।ଅନେକ ଦଲାଲ ଚାଷୀଙ୍କ ଠାରୁ ଧାନ କିଣି ଚାଷୀଙ୍କ ଘର ମଧ୍ୟ ରହୁଛନ୍ତି ଓ ଯେମିତି କି ସେମାନେ ଆଉ ପ୍ରଶାସନ ଚଢ଼ାଉ ବେଳେ ଧରା ପଡିବେ ନାହିଁ।ଅନ୍ୟପକ୍ଷରେ ଘୁନସର ଗାଁରେ ଦଲାଲ ମାନେ କମ ଟଙ୍କା ରେ ଧାନ କିଣିବା ସହ ମିଳକୁ ରାତି ଅଧିଆ ଗାଡ଼ିରେ ଚାଲାଣ କରୁଛନ୍ତି ତେଣୁ ଯୋଗାଣ ବିଭାଗ ପକ୍ଷରୁ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଇଛି।

Spread the love