ନୂଆ ବର୍ଷରେ କିଛି ଖାସ ହେବାକୁ ଯାଉଛି ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ

 ୨୦୨୨ ନବବର୍ଷ ଆପଣଙ୍କ ପାଇଁ ମଙ୍ଗଳମୟ ହେଉ । ଆପଣଙ୍କ ସବୁ ଆଶା ଆକାଂକ୍ଷା ସଫଳ ହେଉ । ଆପଣ ନିରୋଗ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ । ଏବଂ ପ୍ରତେକ କ୍ଷେତ୍ରରେ ବିଜୟ ହୁଅନ୍ତୁ । ଆସନ୍ତା ୨୦୨୨  ଇଂରାଜୀ ବର୍ଷ ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ କିପରି ରହିବ ? ଶିକ୍ଷା କ୍ଷେତ୍ର, କର୍ମ କ୍ଷେତ୍ର ଓ ପାରିବାରିକ ଜୀବନ, ଗୃହସ୍ଥ ଜୀବନ ଏବଂ ଦାମ୍ପତ୍ୟ ଜୀବନ ଆପଣଙ୍କର କିପରି ବିତିବ ? ଆସନ୍ତୁ ସେହି ବିଷୟରେ ବିସ୍ତାର ଭାବରେ ଜାଣିବା । ଧନୁ ରାଶିର ବ୍ୟକ୍ତିମାନଙ୍କର ଦୂରଦୃଷ୍ଟି ଭଲ ହୋଇଥାଏ । ଏହି ରାଶିର ଲୋକମାନେ ତର୍କ ବିତର୍କ ରେ ଲୋକମାନଙ୍କୁ ପରାଜିତ କରିଥାନ୍ତି । ଆପଣ ଅତୀତ ରେ କେମିତି ଚଳୁଥିଲେ ଏବଂ ବର୍ତ୍ତମାନ କେମିତି ଚଳୁଛନ୍ତି ଓ ଭବିଷ୍ୟତ ରେ କେମିତି ଅତିବାହିତ କରିବେ ? ସେହି ସବୁ ବିଷୟରେ ଚିନ୍ତା କରି କାମ କରିଥାନ୍ତି । ଆପଣ ପରୋପକାରୀ ହୋଇଥାନ୍ତି । ବିଗତ ବର୍ଷ ଆପଣ ବହୁତ ଅସୁବିଧାରେ ଅଛନ୍ତି । ଆର୍ଥିକ ସମସ୍ୟା, ଅଯଥା ବାଦ ବିବାଦ ଏବଂ ନିଜ ଲୋକ ଆପଣଙ୍କ ଠୁ ଦୂରେଇ ଯିବା ଏହିଭଳି ସମସ୍ୟା ଦେଖାଦେଇଛି । ଆପଣଙ୍କର ଗୋଟେ ଖରାପ ଗୁଣ ଆପଣ କାହାରି କଥା ଶୁଣନ୍ତି ନାହିଁ । ନିଜକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଆପଣ ପୁରା କଥା ନ ଶୁଣି ଅଧାରୁ ଉତ୍ତର ଦେଇଥାନ୍ତି ଏବଂ ହଠାତ ନିଷ୍ପତି ନେଇଯାଇଥାନ୍ତି । ଆପଣ ହୃଦୟରୁ ଅତ୍ୟନ୍ତ ନରମ ସ୍ୱଭାବର । ବିଶେଷ କରି ଆପଣ ଘର ଲୋକଙ୍କ କଥା କମ ଶୁଣନ୍ତି । ଆପଣ ନିଜ ଜୀବନସାଥି ଙ୍କୁ ଅଧିକ ବିଶ୍ୱାସ କରିଥାନ୍ତି । ବିଦ୍ୟାର୍ଥୀ ମାନେ ଦୂର ଜାଗା କୁ ଯାତ୍ରା କରି ପାରନ୍ତି । ବିଦେଶରେ ପାଠ ପଢିବା ପାଇଁ ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି । ପ୍ରତିଯୋଗିତା ପରୀକ୍ଷା ରେ କୃତକାର୍ଯ୍ୟ ମଧ୍ୟ ହୋଇପାରନ୍ତି । ଯେଉଁମାନେ ମେଡିକାଲ ଫିଲ୍ଡ ରେ ଅଛନ୍ତି ଏବଂ ଟିଚିଙ୍ଗ ଲାଇନ ରେ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ସମୟ ବହୁତ ଭଲ ରହିବ । ଶ୍ଵାସ୍ଥ୍ୟ ହେତୁକ କିଛି ସମସ୍ୟା ଦେଖାଯାଇପାରେ । ବିଶେଷ କରି ଜୁଲାଇ ରୁ ନଭେମ୍ବର ଭିତରେ ହେଲ୍ଥ ପ୍ରୋବେଲମ ଟିକେ ଦେଖା ଦେଇପାରେ । ଥଣ୍ଡା, କଫ, ବାତ ବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏଗୁଡିକ ଦେଖା ଦେଇପାରେ । ଆପଣ ପ୍ରତିଦିନ ଯୋଗ ପ୍ରାଣାୟମ ଓ ବ୍ୟାୟାମ ଆଦି କରନ୍ତୁ । ଏବଂ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧର ସେବନ କରନ୍ତୁ । ଦେଖିବେ ବର୍ଷ ୨୦୨୨ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ବୃହସ୍ପତି ଆପଣଙ୍କ ଘରେ ଭଲ ସ୍ଥିତିରେ ରହିଛନ୍ତି । ତେଣୁ ଆର୍ଥିକ ସ୍ଥିତି ଆପଣଙ୍କ ଘରେ ଭଲ ରହିବ । ଆର୍ଥିକ ସମସ୍ୟା ଆପଣଙ୍କର ଆଉ ହେବନାହିଁ । ଧନ ଆପଣଙ୍କ ପାଖରେ ସ୍ଥାୟୀ ହୋଇ ରହିବ । ବ୍ୟବସାୟ କରିବାକୁ ଚାହୁଁଥିଲେ ଭାବି ଚିନ୍ତି ଇନଭେଷ୍ଟ କରନ୍ତୁ । ଯଦି ଭୂମି କିମ୍ବା ଗୃହ ପାଇଁ ଇନଭେଷ୍ଟ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ । ୨୦୨୨ ମସିହାରେ ଶୁଭ ଫଳ ପ୍ରାପ୍ତି ପାଇଁ ଆପଣ ନିଜ କର୍ତ୍ତବ୍ୟ ସଠିକ ଭାବେ ପାଳନ କରନ୍ତୁ । ଗୁରୁଜନ ମାନଙ୍କୁ ମାନ ସମ୍ମାନ ଦିଅନ୍ତୁ । ତରବର ଭାବେ ଡିସିସନ ନିଅନ୍ତୁ ନାହିଁ । ଦେଖିବେ ଆପଣଙ୍କ ପାଇଁ ନୂତନ ବର୍ଷ ନିଶ୍ଚିତ ଭାବେ ଶୁଭଫଳ ପ୍ରଦାନ କରିବ ।

Spread the love