୬୪ବର୍ଷ ପରେ ନାମ ପରିବର୍ତ୍ତନ କଲେ ଧର୍ମେନ୍ଦ୍ର!

ମୁମ୍ବାଇ: ‘ତେରି ବାତୋଁ ମେଁ ଏସା ଉଲଝା ଜିଆ’ ସିନେମା ଜାନୁଆରି ୯ ତାରିଖ‌ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ସିନେମାରେ ଅଭିନେତା ସାହିଦ କପୁର ଏବଂ କ୍ରିତି ସେନନଙ୍କ ବ୍ୟତୀତ ବଲିଉଡର ହି ମ୍ୟାନ ଧର୍ମେନ୍ଦ୍ର ମଧ୍ୟ ନଜର ଆସିଛନ୍ତି।‘ତେରି ବାତୋଁ ମେଁ ଏସା ଉଲଝା ଜିଆ’ ସିନେମା ରିଲିଜ ପ‌ରେ ଧର୍ମେନ୍ଦ୍ର ଚର୍ଚ୍ଚାକୁ ଆସିଛନ୍ତି। ତେବେ ଆପଣମାନେ ଭାବୁଥାଇ ପାରନ୍ତି ଧର୍ମେନ୍ଦ୍ର ଅଭିନୟ ପାଇଁ ଚର୍ଚ୍ଚାକୁ ଆସିଥାଇପାରନ୍ତି କିନ୍ତୁ ଏହା ତ ପୁରୁଣା କଥା କି ଧର୍ମେନ୍ଦ୍ରଙ୍କ ଅଭିନୟ ଚିରସବୁଜ। ତେବେ ଅଭିନୟ ପାଇଁ ଧର୍ମେନ୍ଦ୍ର ଚର୍ଚ୍ଚାକୁ ଆସିବା କିଛି ନୂଆ ନୁହେଁ। ଚଳିତ ଥର ଧର୍ମେନ୍ଦ୍ର ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ନାମକୁ ନେଇ ଲାଇମଲାଇଟକୁ ଆସିଛନ୍ତି।  ଧର୍ମେନ୍ଦ୍ର ବଲିଉଡରେ ପ୍ରବେଶ କରିବାର ୬୪ବର୍ଷ ପରେ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି।

ସୂଚନାଯୋଗ୍ୟ, ‘ତେରି ବାତୋଁ ମେଁ ଏସା ଉଲଝା ଜିଆ’ ସିନେମାରେ ଧର୍ମେନ୍ଦ୍ରଙ୍କୁ ଧର୍ମେନ୍ଦ୍ର ସିଂ ଦେଓଲ ଭାବେ ନାମିତ କରାଯାଇଛି। ଧର୍ମେନ୍ଦ୍ରଙ୍କ ପିଲାଦିନର ନାମ ଥିଲା ଧର୍ମ ସିଂ ଦେଓଲ। ବିଶେଷ କଥା ଟି ହେଉଛି ଏହି ଚଳଚ୍ଚିତ୍ର ପୂର୍ବରୁ ଧର୍ମେନ୍ଦ୍ର ତାଙ୍କ ନାମ ପୂର୍ବରୁ କିମ୍ବା ପରେ କୌଣସି ଉପନାମ ବ୍ୟବହାର କରି ନଥିଲେ। ‘ତେରି ବାତୋଁ ମେଁ ଏସା ଉଲଝା ଜିଆ’ରେ ଧର୍ମେନ୍ଦ୍ର ସାହିଦ କପୁରଙ୍କ ଜେଜେବାପା ଭୂମିକାରେ ଅଭିନୟ କରୁଛନ୍ତି। ସେ ଏହି ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକାରେ ନଜର ଆସିଛନ୍ତି।

Spread the love