ନାତି ବାହାଘରରେ ନାଚିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ : କିଂବଦନ୍ତି ଅଭିନେତା ଧର୍ମେନ୍ଦ୍ର ରବିବାର ଦିନ ତାଙ୍କ ନାତି କରନ ଦେଓଲଙ୍କ ବାହାଘର ଶୋଭାଯାତ୍ରାରେ ଖୁସିରେ ନାଚିଛନ୍ତି। ଧର୍ମେନ୍ଦ୍ରଙ୍କ ନାତି କରନ ‌ସୁପରଷ୍ଟାର ସନ୍ନି ଦେଓଲଙ୍କ ପୁଅ। ସେ ଦ୍ରିଶା ଆଚାର୍ଯ୍ୟଙ୍କୁ ବାହା ହୋଇଛନ୍ତି। ଧର୍ମେନ୍ଦ୍ର ତାଙ୍କ ସାନ ପୁଅ ବବି ଦେଓଲଙ୍କ ସହ ମିଶି ନାଚିବା ଦେଖିବାକୁ ମିଳିଛି। ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଧର୍ମେନ୍ଦ୍ର ନାଚୁଥିବା ବେଳେ ବରଯାତ୍ରୀ ଦଳରେ ସାମିଲ ବ୍ୟକ୍ତିମାନେ ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହା ପୂର୍ବରୁ କରନ ବିବାହ ସ୍ଥଳକୁ ଘୋଡ଼ାରେ ଆସି ପହଞ୍ଚିଥିଲେ। ଶନିବାର ସନ୍ନି ଦେଓଲ ପୁଅର ସଙ୍ଗୀତ କାର୍ଯ୍ୟକ୍ରମରେ ନାଚିବା ଦେଖିଯାଇଥିଲା।

Spread the love