ଡା. ହରେକୃଷ୍ଣ ମହତାବ ଜାତୀୟତାରେ ଓଡ଼ିଆ ଜନଜୀବନର ସଂସ୍କାର ଦେଖାଇଥିଲେ -ଧର୍ମେନ୍ଦ୍ର
ଭୁବନେଶ୍ୱର : ନବଉତ୍କଳର ନିର୍ମାତା ତଥା ପୂର୍ବତନ ମୁଖ୍ୟମବୀ ଉତ୍କଳ କେଶରୀ ଡା. ହରେକୃଷ୍ଣ ମହତାବ ଜଣେ ବ୍ୟକ୍ତି ନୁହେଁ ବଂର ଗୋଟିଏ ବିଚାରଧାରା ଥିଲେ ଏବଂ ଜାତୀୟତାରେ ଓଡ଼ିଆ ଜନଜୀବନର ସଂସ୍କାର ଦେଖାଇଥିଲେ ବୋଲି ଶନିବାର ତାଙ୍କ ପୁଣ୍ୟତିଥି ଅବସରରେ ଭୁବନେଶ୍ୱର ଠାରେ ଆୟୋଜିତ ୩୪ତମ ସ୍ୱାଧୀନତା ସଂଗ୍ରାମୀ ସମିତି ମହୋତ୍ସବରେ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ରମବୀ ଧର୍ମେନ୍ଦ୍ରପ୍ରଧାନ ।ଏହି ଅବସରରେ ଶ୍ରୀ ପ୍ରଧାନ ଡା.ମହତାବଙ୍କ ସମେତ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଓଡ଼ିଶାରସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି ବର୍ତମାନର ଆହ୍ୱାନମୂଳକସମୟରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରି ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେପକାଇ ସେମାନଙ୍କ ଉଦ୍ଦେଶ୍ୟରେଶ୍ରଦ୍ଧାଞ୍ଜଳି ଦେବା ଓ ସେମାନଙ୍କ ପରିବାରର ଦାୟଦଙ୍କୁ ସ୧ାନିତ କରିବାର ପରମ୍ପରା; ଏହା ପ୍ରକୃତପକ୍ଷେ ଅନନ୍ୟଏବଂ ସ୍ୱାଗତଯୋଗ୍ୟ । ଏଥିପାଇଁ ଆୟୋଜକ ମଣ୍ଡଳିଙ୍କୁ ସାଧୁବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ଡା. ମହତାବ ଓଡ଼ିଆ ଲୋକଙ୍କ ପରିଚୟ ଓ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ । ମହତାବ ଥିଲେ ଜଣେ ସଫଳବ୍ୟକ୍ତିତ୍ୱ ଓ ବିଚାରଧାରାର ପୃଷ୍ଠପୋଷକ । ରାଷ୍ଟ୍ରୀୟ ସ୍ତରରେ ଓଡିଶାର ନେତୃତ୍ୱକୁ ସ୍ଥାପିତ କରିବାରେ ଅଗ୍ରଣୀ ଭୂମିକାନେଇଥିଲେ ଡା. ମହତାବ । ଡା. ହରେକୃ୩/୪ ମହତାବ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମବୀ ଦାୟିତ୍ୱରେ ଥିବା ସମୟରେପିମ୍ପରି ପେନସିଲିନ୍ ପରି ଅନେକ ଶିଳ୍ପର କଳ୍ପନା କରିଥିଲେ । ଯାହାର ପ୍ରାସଙ୍ଗିକ ଆଜି କରୋନା ଟୀକାକରଣପ୍ରସ୍ତୁତ ହେବା ସମୟରେ ଜଣାପଡ଼ୁଛି । ଓଡ଼ିଶାକୁ ଭାଷା ଆଧାରିତ ରାଜ୍ୟ ଭାବେ ଗଠନ କରିବା ପାଇଁ ଡା. ମହତାବଯୁବ ସମୟରେ ନେତୃତ୍ୱ ନେଇଥିଲେ । ତାଙ୍କ କୁଶଳୀ ନୀତି ଯୋଗୁଁ ଗଡ଼ଜାତ ମିଶ୍ରଣରେ ବାଲେଶ୍ୱର ଜିଲ୍ଲାରନୀଳଗିରି ଓଡ଼ିଶାରେ ମିଶି ପାରିଥିଲା ଶ୍ରୀ ପ୍ରଧାନ କହିଛନ୍ତି ।