ଧର୍ମେନ୍ଦ୍ରଙ୍କ ବଡ ଫୈସଲା, ଭାରତରେ ପୁଞ୍ଜିନିବେଶ ପାଇଁ ଆବୁଧାବିରେ ଆଲୋଚନା

5 ଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆବୁଧାବି ସ୍ଥିତ ଭାରତୀୟ ତୈଳ ମନ୍ତ୍ରାଳୟର ରାଷ୍ଟ୍ରାୟତ ଉଦ୍ୟୋଗ କମ୍ପାନୀ ଇଞ୍ଜିନିୟର ଇଣ୍ଡିଆ ଲିମିଟେଡ୍ (ଇଆଇଏଲ୍)କୁ ପରିଦର୍ଶନ କରିବା ସହ ବିଭିନ୍ନ ବୈଦେଶିକ ମନ୍ତ୍ରୀଙ୍କୁ ଭେଟି ତୈଳ, ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ଭାରତର ପୁଞ୍ଜିନିବେଶ ନେଇ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ବିଭିନ୍ନ ରାଷ୍ଟ୍ର ସହ ଅନ୍ୱେଷଣ ଓ ଉତ୍ପାଦନ କ୍ଷେତ୍ରର ସମୀକ୍ଷା ମଧ୍ୟ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆବୁଧାବିର ଭାରତୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଇଆଇଏଲ୍ କମ୍ପାନୀକୁ ପରିଦର୍ଶନ କରିବା ଅବସରରେ କହିଥିଲେ ଯେ ଏହି କମ୍ପାନୀ ତୈଳ, ଗ୍ୟାସ ଓ ପେଟ୍ରୋକେମିକାଲ ଶିଳ୍ପକୁ କେନ୍ଦ୍ରରେ ରଖି ଟେକ୍ନୋଲୋଜି ଆଧାରରେ କାର୍ଯ୍ୟ କରୁଅଛି ଏବଂ ଭାରତ ତଥା ବିଦେଶରେ ଉର୍ଜା ଭିତିଭୂମିକୁ ବିକଶିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆଜିର ଦିନରେ ଶ୍ରୀ ପ୍ରଧାନ ଆଜରବାଇଜାନର ଉର୍ଜା ମନ୍ତ୍ରୀ ପରଭିଭ୍ ଶାହବାଜଭଙ୍କୁ ସାକ୍ଷାତ କରିଥିଲେ । ଉଭୟେ ଭାରତୀୟ ତୈଳ କମ୍ପାନୀ ଦ୍ୱାରା ଉର୍ଜା ବ୍ୟାପାରକୁ କିପରି ସୁଦୃଢ କରାଯାଇପାରିବ ସେ ଦିଗରେ ଆଲୋଚନା କରିଥିଲେ । ଏହାବ୍ୟତିତ ଆଜରବାଇଜାନର ଅନ୍ୱେଷଣ ଓ ଉତ୍ପାଦନ ଏବଂ ଏଲଏନଜି କ୍ଷେତ୍ରରେ ସହଯୋଗ କରିବା ତଥା ଭାରତୀୟ ପୁଞ୍ଜି ନିବେଶ ଉପରେ ସମୀକ୍ଷା କରିଥିଲେ ଶ୍ରୀ ପ୍ରଧାନ ।

ସେହିପରି ଥାଇଲ୍ୟାଣ୍ଡର ଶକ୍ତି ମନ୍ତ୍ରୀ ସୋନିଟାଟ୍ ସୋଂଟିଜୀରାୱଙ୍ଗଙ୍କୁ ଶ୍ରୀ ପ୍ରଧାନ ଭେଟିବା ସହ ଭାରତ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ପେଟ୍ରୋଲିୟମ ଉତ୍ପାଦ ବ୍ୟବସାୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୱେଷଣ ଓ ଉତ୍ପାଦନ କ୍ଷେତ୍ରରେ ଭାରତ ଓ ଥାଇଲାଣ୍ଡର ପୁଞ୍ଜିନିବେଶ ନେଇ ମଧ୍ୟ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ । ଜୈବ ଇନ୍ଧନ କ୍ଷେତ୍ରରେ ଥାଇଲ୍ୟାଣ୍ଡର ଅଗ୍ରଣୀ ସ୍ଥିତି ଏବଂ ଭାରତ ବିଶାଳ ଜୈବ ଇନ୍ଧନ କାର୍ଯ୍ୟକ୍ରମକୁ ସ୍ୱୀକୃତି ଦେବା ସହ ଏ ଦିଗରେ ରୋଡମ୍ୟାପ୍ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା ।

ୟୁଏଇ ରାଷ୍ଟ୍ରମନ୍ତ୍ରୀ ତଥା ଏନଡିଓସିର ଅଧ୍ୟକ୍ଷ ସୁଲତାନ ଅହମଦ ଅଲ୍ ଜାବରଙ୍କୁ ଭେଟିବା ସହ ୟୁଏଇର ଅପଷ୍ଟ୍ରିମ୍ କ୍ଷେତ୍ରରେ ଭାରତର ପୁଞ୍ଜିନିବେଶର ସମୀକ୍ଷା କରିବା ସହ ଭାରତ-ୟୁଏଇ ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗକୁ ବଢାଇବା ନେଇ ବିଭିନ୍ନ ପଦ୍ଧତି ଉପରେ ଆଲୋକପାତ କରିଥିଲେ । ଇସ୍ପାତ୍ କ୍ଷେତ୍ରରେ ମଧ୍ୟ ସହଯୋଗ ନେଇ ଉଭୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଭାରତ ଏବଂ ୟୁଏଇ ଉର୍ଜା କ୍ଷେତ୍ରରେ ଏକ ବହୁପାକ୍ଷିକ ସମ୍ବନ୍ଧ ରହିଛି । ୟୁଏଇ ଭାରତର ୃଣନୈତିକ ପେଟ୍ରୋଲିୀୟମ ଭଣ୍ଡାର (ଏସପିଆର) କାର୍ଯ୍ୟକ୍ରମରେ ସାମିଲ ହେବାର ପ୍ରଥମ ଦେଶ ଥିଲା । ଏସପିଆର କାର୍ଯ୍ୟକ୍ରମରେ ଏନଡିଓସିର ନିରନ୍ତର ଭାଗୀଦାରୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା ବୋଲି ମନ୍ତ୍ରୀଙ୍କୁ ଭେଟିବା ପରେ ଶ୍ରୀ ପ୍ରଧାନ କହିଥିଲେ ।

Spread the love