୩ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଦୁର୍ଗାପୁର ସ୍ଥିତ ପାନାଗଡ଼ ଇଣ୍ଡଷ୍ଟ୍ରିଆଲ ପାର୍କର ଥିବା ମେଟ୍ରିକ୍ସ ଫର୍ଟିଲାଇଜର ଆଣ୍ଡ୍ କେମିକାଲ୍ସ ଲିମିଟେଡ୍ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଆସନ୍ତାକାଲି ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ତୈଳ ଓ ଗ୍ୟାସ ପ୍ରକଳ୍ପର ଅଗ୍ରଗତି ନେଇ ତୈଳ ବିପଣନ କମ୍ପାନୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏତଦ୍‌ ବ୍ୟତୀତ ହଳଦିଆର ଆଇଓସିଏଲ ରିଫାଇନାରୀ ପରିଦର୍ଶନ ସହ କର୍ମଚାରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ।
ଏହା ପରେ ହଳଦିଆ ଠାରେ ପ୍ରଧାନମନ୍ତ୍ରୀଙ୍କ ହେବାକୁ ଥିବା କାର୍ଯ୍ୟକ୍ରମ ସ୍ଥାନ ଗସ୍ତ କରି ସମୀକ୍ଷା କରିବେ। ପଶ୍ଚିମବଙ୍ଗ ଗସ୍ତରେ ତୃତୀୟ ଦିନରେ ହଳଦିଆ ଠାରେ ତୈଳ ଓ ଗ୍ୟାସ କମ୍ପାନୀର ଅଧିକାରୀଙ୍କ ସହ ସମୀକ୍ଷା ବୈଠକରେ କେନ୍ଦ୍ରମନ୍ତ୍ରୀ ଅଂଶଗ୍ରହଣ କରିବେ।

Spread the love