ଇସ୍ପାତ୍ ପ୍ଲାଂଟ୍ ଦ୍ୱାରା ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନରଯୋଗାଣ ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ୱର :  କୋଭିଡ-୧୯ର ସଂକଟ ସମୟରେ ଦେଶରେ ଇସ୍ପାତ୍  କାରଖାନା ଦ୍ୱାରା ଉତ୍ପାଦିତ ଲିକୁଇଡ୍ମେ ଡ଼ିକାଲ ଅକ୍ସିଜେନ(ଏଲଏମଓ)ର ଯୋଗାଣ ଓ ଲୋକଙ୍କୁ  ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନିଆଯାଉଥିବା ପଦକ୍ଷେପ ନେଇ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ପାତ୍ ମନ୍ତ୍ରଣାଳୟ ଓ ଷ୍ଟିଲ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକର
ଅଫିସର ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଇସ୍ପାତ୍ ମନ୍ତ୍ରଣାଳୟ ଓ ଷ୍ଟିଲ୍ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକର ଅଫିସର ମାନଙ୍କ ସହ ଇସ୍ପାତ୍ ପ୍ଲାଂଟ୍‌ ଦ୍ୱାରା ଉତ୍ପାଦନ ହେଉଥିବା ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନର ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀ
ସମୀକ୍ଷା କରିଛନ୍ତି । ଏହାସହ ଇସ୍ପାତ୍ ପ୍ଲାଂଟ୍ ଦ୍ୱାରା ସ୍ୱାସ୍ଥ୍ୟସେବା ଭତିଭୂମିକୁ ବୃଦ୍ଧି କରିବା ପାଇଁ  ନିଆଯାଉଥିବା ପଦକ୍ଷେପ ଗୁଡ଼ିକ ଉପରେ ବୈଠକରେ ଆଲୋଚନା କରିଥିବା ଟ୍ୱିଟ୍ କରିଛନ୍ତି ଶ୍ରୀ ପ୍ରଧାନ। ବୈଠକରେ ଘରୋଇ ଇସ୍ପାତ୍ ପାଇଁ ମୂଲ୍ୟ, ଇସ୍ପାତର ଆମଦାନୀ ଓ ରପ୍ତାନୀ, ଇସ୍ପାତ୍ ପ୍ରସ୍ତୁତ ପାଇଁ  ଆସୁଥିବା କଂଚାମାଲର ସୁରକ୍ଷା ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଅବସରରେ ଶ୍ରୀ  ପ୍ରଧାନ ଅଫିସର ମାନଙ୍କୁ ଇସ୍ପାତ୍ କ୍ଷେତ୍ରରେ ଭାଲ୍ୟୁ ଆଡ଼ିସନକୁ ପ୍ରୋତ୍ସାହିତ କରିବା, ସଠିକ୍ ମୂଲ୍ୟ ନିର୍ଦ୍ଧାରଣ ଏବଂ କଂଚାମାଲର ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଅଫିସର ମାନଙ୍କୁ ପରାମର୍ଶ  ଦେଇଥିଲେ ।

Spread the love