LPG ବିତରଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ପାଇଁ ସହାୟତା ଘୋଷଣା କୁ ସ୍ୱାଗତ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଗ୍ୟାସ ବିତରଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ପାଇଁ ବିଶେଷ ସହାୟତା ଘୋଷଣା କଲେ ଭାରତୀୟ ତୈଳ କଂପାନୀ । କରୋନା ବିରୋଧରେ ପରୋକ୍ଷରେ ଲଢେଇ କରୁଥିବା ଏହି କର୍ମଚାରୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି IOCL, BPCL, HPCL । ସେମାନେ ତୈଳ କମ୍ପାନୀ କର୍ମଚାରୀଙ୍କ ପାଇଁ 5 ଲକ୍ଷ ଟଙ୍କାର ସହାୟତା ବା ଏକ୍ସଗ୍ରାସିଆ ଘୋଷଣା କରିଛି । ଏଲପିଜି ବିତରଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କର କିଛି ହୋଇଗଲେ ସେମାନଙ୍କୁ ତୈଳ କମ୍ପାନୀ ପକ୍ଷରୁ 5 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

ତୈଳ କମ୍ପାନୀଗୁଡ଼ିକର ଏହ ମଣିଷ ପଣିଆ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଲପିଜି ବିତରଣ ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ କିମ୍ବା କୋଭିଡ-19 ସଂକ୍ରମଣ ଜନିତ ମୃତ୍ୟୁ ପାଇଁ ତୈଳ କମ୍ପାନୀ ଗୁଡ଼ିକ ଘୋଷଣା କରିଥିବା 5 ଲକ୍ଷର ସହାୟତା ରାଶି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଟ୍ୱିଟର ମାଧ୍ୟମରେ ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।LPG ବିତରଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ପାଇଁ ସହାୟତା ଘୋଷଣା: ସ୍ୱାଗତ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

Spread the love