ବଳକା ଚାଉଳକୁ ବ୍ୟବହାର କରି ଇଥାନଲ ମିଶ୍ରିତ ପେଟ୍ରୋଲ ଦ୍ୱାରା ଆଲକୋହଲ୍ ଆଧାରିତ ହ୍ୟାଣ୍ଡ୍ ସାନିଟାଇଜର ପ୍ରସ୍ତୁତି ନିଷ୍ପତିକୁ ମଞ୍ଜୁରୀ

ଭୁବନେଶ୍ୱର,୨୦/୦୪: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସୋମବାର ଏନବିସିସି ବା ଜାତୀୟ ଜୈବ ଇନ୍ଧନ ସମନ୍ୱୟ କମିଟି ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଜାତୀୟ ଖାଦ୍ୟ ନିଗମ(ଏଫସିଆଇ) ସହିତ ଉପଲବ୍ଧ ବଳକା ଚାଉଳକୁ ବ୍ୟବହାର କରି ତଥା ଇଥାନଲ ମିଶ୍ରିତ ପେଟ୍ରୋଲ(ଇବିଏପ୍‌) ଦ୍ୱାରା ଆଲକୋହଲ୍ ଆଧାରିତ ହ୍ୟାଣ୍ଡ୍ ସାନିଟାଇଜର ପ୍ରସ୍ତୁତ କରାଯାଇ ପାରିବା ନିଷ୍ପତିକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଜୈବଇନ୍ଧନ ଜାତୀୟ ପଲିସି ଅନୁଯାୟୀ ଏହାକୁ ମଞ୍ଜୁରି ପ୍ରଦାନ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love