ଓଡିଶାରେ କରୋନା ଆହ୍ୱାନକୁ ସମ୍ଭାବନାର ରୂପ ଦେବା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ପମୁଖ ସିଭିଲ୍ ସୋସାଇଟି ନେତୃତ୍ୱଙ୍କ ସହ କରୋନା ସମୟରେ ରାଜ୍ୟରେ ପରିସ୍ଥିତି, ଏହାର ତ୍ୱରିତ ମୁକାବିଲା ଓ ଲମ୍ବା ସମୟ ବିକାଶ ଯୋଜନା ଉପରେ ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ବିସ୍ତୃତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ କରୋନା ଆହ୍ୱାନକୁ ସମ୍ଭାବନାର ରୂପ ଦେବାକୁ ସେ ସିଭିଲ ସୋସାଇଟିର ନେତୃବୃନ୍ଦଙ୍କୁ ଆହ୍ୱାନ କରିଛନ୍ତି ।

ଏହି ଆଲୋଚନାରେ ସିଭିଲ୍ ସୋସାଇଟିର ପ୍ରମୁଖ ବ୍ୟକ୍ତିଗଣ କରୋନା ସମୟରେ ପ୍ରବାସୀ ଓଡିଆ ଭାଇ ଭଉଣୀଙ୍କ ଫେରିବା, ସେମାନଙ୍କ ଫେରିବା ପରେ ସଙ୍ଗରୋଧ ଓ ଜୀବିକା ପ୍ରସଙ୍ଗ ଉଠାଇଥିଲେ । ମନରେଗା ନିୟମରେ ସୁଧାର, ଚାଷ ସମସ୍ୟା, କୃଷି ଉତ୍ପାଦର ବିପଣନ, ପିଡିଏସରେ ବଂଚୁଥିବା ଲୋକଙ୍କ ସମସ୍ୟା, ସଙ୍ଗରୋଧରେ ମହିଳାଙ୍କ ପାଇଁ ସୁବିଧା, ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ସମସ୍ୟା, ଜଙ୍ଗଲଜାତ ଦ୍ରବ୍ୟ ବିପଣନ ଆଦି ସମସ୍ୟା ଉପରେ ସିଭିଲ୍ ସୋସାଇଟିର ନେତୃବୃନ୍ଦ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସମ୍ଭାବ୍ୟ ସମାଧାନ ଉପରେ ଆଲୋକପାତ କରିଥିଲୋ ସିଭିଲ୍ ସୋସାଇଟିର ସଦସ୍ୟଙ୍କ ମତ ମନ୍ତବ୍ୟ ଶୁଣିବା ସହ କରୋନାର ତତକାଳୀନ ମୁକାବିଲା ସହ ଏହି ଆହ୍ୱାନକୁ କିପରି ଓଡିଶା ପାଇଁ ଏକ ବଡ ସୁଯୋଗରେ ପରିଣତ କରାଯାଇପାରିବ ଏଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଜଣାଇଥିଲେ ।

Spread the love