ଶହୀଦ ଦୁଇ ଓଡ଼ିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭାରତ ଓ ଚୀନ ସୀମାରେ ସଂଘର୍ଷ ଯୋଗୁଁ ଶହୀଦ ହୋଇଥିବା ଓଡିଶାର କନ୍ଧମାଳ ଓ ରାଇରଙ୍ଗପୁରର ୨ ଓଡ଼ିଆ ବୀର ଯବାନଙ୍କୁ ସାମାଜିକ ଗଣମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଭାରତ ଓ ଚୀନ ସୀମାରେ ସଂଘର୍ଷ ଯୋଗୁଁ ଓଡିଶାର କନ୍ଧମାଳ ଓ ରାଇରଙ୍ଗପୁରର ୨ ଓଡ଼ିଆ ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ ଶହୀଦ ହେବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଉଭୟଙ୍କୁ ମୋର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସାନ୍ତ୍ୱନା ଜଣାଉଛି । ଦେଶ ମାତୃକା ପାଇଁ ସେମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Spread the love