ନିର୍ବାଚନ ଲଢ଼ିବେନି ଧର୍ମେନ୍ଦ୍ର !

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିବେ ନାହିଁ । ଏ ଚର୍ଚା ଏବେ ଜୋର ଧରିଲାଣି । 2019 ନିର୍ଵାଚନରେ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିବେ ନାହିଁ । ବିଜେପି ଅନ୍ଦର ମହଲରେ ଚର୍ଚା ହେଉଛି ଭୁବନେଶ୍ୱରର ମଧ୍ୟଆସନ ଲାଗି ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ ମରଦୁଲା ଠାକୁର ପ୍ରଧାନ ବିଜେପିର ବିଧାୟିକା ପ୍ରାଥୀ ହେବେ ।

ଯାହାର ସଂକେତ ଦେଇଛନ୍ତି “ମୋ ପରିବାର ବିଜେପି ପରିବାର” କାର୍ଯ୍ୟକ୍ରମ ନିଜ ଘରୁ କେନ୍ଦ୍ରମନ୍ତ୍ରୀ ଶୁଭାରାମ୍ଭକରି । ତେବେ ଏନେଇ କେନ୍ଦ୍ରମନ୍ତ୍ରୀ କିମ୍ବା ବିଜେପିର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଯାହା ଚର୍ଚା ହେଉଛି ତାହା ଆମେ ପ୍ରକାଶ କଲୁ ।

Spread the love