ଟଙ୍କାକରେ ମିଳିବ ଡାଲି, ଚାଉଳ ଏବଂ ଲୁଣ: ଧର୍ମେନ୍ଦ୍ର ପ୍ରଧାନ

ବିଜେପି କ୍ଷମତାକୁ ଅସିଲେ 1 ଟଙ୍କାରେ ଖାଦ୍ୟ ସାମଗ୍ରୀ ମିଳିବ । ଡାଲି, ଚାଉଳ ଏବଂ ଲୁଣ ମାତ୍ର 1 ଟଙ୍କାରେ ମିଳିବ । 5 ଶହ ଗ୍ରାମ ଡାଲି, 5 ଶହ ଗ୍ରାମ ଲୁଣ ଏବଂ 5 କୋଜି ଚାଉଳ ମାତ୍ର 1 ଟଙ୍କାରେ ମିଳିବ । ଜାତୀୟ ସୁରକ୍ଷା ଯୋଜନାରେ ମୋଟ 3 କୋଟି 26 ଲକ୍ଷ ହିତାଧୀକାରୀ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ପ୍ରଚାର କାର୍ଯ୍ୟ ଜୋରଦାର କରିବା ସହ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ଉଦ୍ୟମ ଚଳାଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଚୌଦ୍ୱାରରେ ଆୟୋଜିତ ଦଳର ବିଶାଳ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ କହିଛନ୍ତି ଯେ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଲେ ଲୋକଙ୍କୁ ୧ଟଙ୍କାରେ ଖାଦ୍ୟସାମଗ୍ରୀ ଯୋଗାଇ ଦେବ। ଚାଉଳ, ଡାଲି ଓ ଲୁଣ ଲୋକଙ୍କୁ ଦିଆଯିବ।

ବିଜେଡି ସରକାର କିଲୋପିଛା ଏକ ଟଙ୍କାରେ ଚାଉଳ ଦେଇ ବାହାବା ନେଉଛି। କିନ୍ତୁ ଏହି ଟଙ୍କିକିଆ ଚାଉଳରେ କେନ୍ଦ୍ର ସରକାର 29ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ମାତ୍ର ଟଙ୍କାଟିଏ ଦେଇ ଏହାକୁ ନିଜ ନାଁରେ ହାଇଜାକ୍ କରିନେଇଛନ୍ତି।

Spread the love