ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷା, ପିଏମ ଆବାସ ଘୋଟାଲା, ମଣ୍ଡି ଅବ୍ୟବସ୍ଥା,ସୀମା ବିବାଦ ଆଦି ପ୍ରସଙ୍ଗକୁ ଗୃହରେ ଉଠାଇବ ବିଜେପି

ଭୁବନେଶ୍ୱର, ୧୯/୧୧: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷା, ବେରୋଜଗାର, ମଣ୍ଡିଅବ୍ୟବସ୍ଥା, କୋଭିଡ ପରିଚାଳନାରେ ବିଫଳ, ପିଏମ ଆବାସ ଘୋଟାଲା ଏବଂ ଘର ଦେବା ପାଇଁ ହିତାଧିକାରୀଙ୍କ ସହ ଯୌନ ସଂପର୍କରଖିବା ପାଇଁ ବାଧ୍ୟ କରାଯିବା, ସୀମାନ୍ତ ସୁରକ୍ଷା ଆଦି ପ୍ରସଙ୍ଗ ଉପରେ ବିଧାନସଭା ଗୃହରେ ଆଲୋଚନା ହେବ ବୋଲି ବିଜେପି ବିଧାୟକଦଳ ବୈଠକରେ ଆଲୋଚନା ହୋଇଛି ।ବିଧାୟକ ଦଳ ନେତା ପ୍ରଦୀ ପ୍ତ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସଂପର୍କରେଆଲୋଚନା ହୋଇଥିଲା । ଚଳିତ ବିଧାନସଭା ଅଧିବେଶନରେ ବିଜେପି ରାଜ୍ୟର ବିଭିନ୍ନ ସମସ୍ୟା ଉଠାଇବା ସହ ସାଧାରଣ ଲୋକଙ୍କମୌଳିକ ସମସ୍ୟା ଉପରେ ସରକାରଙ୍କୁ ପ୍ରଶ୍ନ କରିବ । ୨୦ ବର୍ଷ ଶାସନ ପରେ ବି ରାଜ୍ୟସରକାର କୌଣସି କଥାକୁ ଗୁରୁତ୍ୱ ଦେଲେ ନାହିଁ ।ନା ଗାଁକୁ କାମ ମିଳିଲା ନା ମାଁ କୁ ସ୧ାନ ମିଳିଛି । ନାରୀ ନିର୍ଯ୍ୟାତନା ଘଟଣା ପ୍ରତିଦିନ ଗଣମାଧ୍ୟମର ପୃଷ୍ଠା ମଣ୍ଡିତ କରୁଛି । କଳାହାଣ୍ଡିଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗରିବ ଅସହାୟଙ୍କ ପାଇଁ ପ୍ରଧାନମବୀ ଆବାସ ଯୋଜନାରେ ଘର ମିଳୁଥିଲେ ହେଁସରପଂଚ ଘର ଦେବା ପାଇଁ ହିତାଧିକାରୀଙ୍କ ସହ ଶାରିରୀକ ସଂପର୍କ ରଖିବା ପାଇଁ ଚାପ ପକାଉଛନ୍ତି । ପୂର୍ବରୁ ଯାଜପୁର ଜିଲ୍ଲା ଦଶରଥପୁରବ୍ଲକରେ ସମାନ ଢଙ୍ଗରେ ଘର କରାଇବା ନାଁରେ ପଂଚାୟତ ଅଫିସରେ ଏକ ମହିଳାଙ୍କୁ ବିଜେଡି ନେତାମାନେ ହିତାଧିକାରୀଙ୍କ ଠାରୁ ଦୁଷ୍କର୍ମକରିଥିଲେ । ପ୍ରଧାନମବୀ ଆବାସ ଯୋଜନା କରାଇବା ଲାଗି ବିଜେଡି ନେତାମାନେ ଚଂଚକତା କରି ହିତାଧିକାରୀଙ୍କ ଠାରୁ ହଜାର ହଜାରଟଙ୍କା ହଡପ କରୁଛନ୍ତି । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣଭାବେ ଭୁଶୁଡି ଗଲାଣି । ଏବେ ବି ଅନେକ ବିଦ୍ୟାଳୟରେ ଶିକ୍ଷକମାନଙ୍କୁ ନିଯୁକ୍ତିଦିଆଯାଇନାହିଁ । ରାଜ୍ୟସରକାର ପାଖାପାଖି ୯୦୦୦ ସ୍କୁଲକୁ ବନ୍ଦ କରିସାରିଲେଣି । ଏହି ସବୁ ବିଷୟକୁ ବିଧାନସଭାରେ ଆଲୋଚନାକରାଯିବ ବୋଲି ଶ୍ରୀ ନାଏକ କହିଛନ୍ତି ।ରାଜ୍ୟ ସରକାରଙ୍କ ଟୋକନ ଓ ଟାର୍ଗେଟ୍ ବ୍ୟବସ୍ଥା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କ୍ୱିଂଟାଲ ଧାନପଡିରହୁଛି । ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବା ବେଳେ କେଉଁଠି ମଣ୍ଡି ନାହିଁ, ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି । ଶାସକଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ଚାଷୀ ନିଜ ହକ୍ ପାଇବାରୁ ବଂଚିତ ହେଉଛି । ମଣ୍ଡିର ଅଭାବ ଯୋଗୁଁ ସରକାରଙ୍କଦ୍ୱାରା ଧାର୍ଯ୍ୟ କରାଯାଇଥିବା ଏମଏସପିରୁ କମ୍ ଦରରେ ଚାଷୀ ନିଜର ଉତ୍ପାଦିତ ଅମଳ ବିକ୍ରି କରୁଛନ୍ତି ବୋଲି ଶ୍ରୀ ନାଏକ କହିଛନ୍ତି ।ବର୍ଷ ବର୍ଷ ଧରି ରାଜ୍ୟ-ରାଜ୍ୟ ଭିତରେ ସୀମା ବିବାଦ ଲାଗି ରହିଛି । ସୀମାବର୍ତୀ ଗ୍ରାମ ଗୁଡିକରେ ଓଡିଶା ସରକାର ବିକାଶମୂଳକକାର୍ଯ୍ୟ ପହଁଚାଇବା ପାଇଁ ବିଫଳ ହୋଇଛନ୍ତି । କୋଭିଡ ପରିଚାଳନା ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ରାଜ୍ୟକୁ ଯୋଗାଇଦେଇଥିବାବେଳେ ରାଜ୍ୟସରକାର ଏହାକୁ ସଠିକ ଢଙ୍ଗରେ ଖର୍ଚ୍ଚ କରିପାରିନାହାଁନ୍ତି । ଅନ୍ୟପଟେ କେନ୍ଦ୍ରୀୟ ଯୋଜନାର ଅର୍ଥକୁ ଦଳୀୟଆଧାରରେ ବଂଟନ କରାଯାଇଛି । ସେହିପରି ଊଗୠ ଏବଂ ଙଗଈଇଊଉ ଫଣ୍ଡର ୧୫ ହଜାର କୋଟି ଏବଂ କାମ୍ପା ଫଣ୍ଡରେ କୋଟିକୋଟି ଟଙ୍କା ଅର୍ଥକୁ ହରିଲୁଟ୍ କରାଯାଇଛି । ରାଜ୍ୟରେ ଅନେକ ଶିଳ୍ପ କାରଖାନା ଯୋଗୁଁ ପ୍ରଦୃଷଣ ବୃଦ୍ଧି ହେଉଛି । ଏହାକୁ ରାଜ୍ୟସରକାରନିୟବଣ କରିବାରେ ବିଫଳ ହୋଇଛନ୍ତି । ଏହିପରି ଅନେକ ପ୍ରସଙ୍ଗକୁ ବିଜେପି ବିଧାୟକ ଦଳ ଗୃହରେ ଉପସ୍ଥାପନା କରିବା ସହ ରାଜ୍ୟରେଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ଏବଂ ଭକ୍ତଙ୍କ ଆବେଗକୁ ହୃଦୟଙ୍ଗମ କରି ମନ୍ଦିର ଖୋଲିବା ନେଇ ତୁରନ୍ତ ନିଷ୍ପତି ନେବା ଆଦିପ୍ରସଙ୍ଗକୁ ଗୃହରେ ଉଠାଯିବ ବୋଲି ଶ୍ରୀ ନାଏକ କହିଛନ୍ତି ।ଏହି ବିଧାୟକ ଦଳ ବୈଠଳରେ ରାଜ୍ୟସଭାପତି ସମୀର ମହାନ୍ତି, ମୁଖ୍ୟ ସଚେତକ ମୋହନ ମାଝୀ, ବରିଷ୍ଠ ବିଧାୟକଜୟନାରାୟମ ମିଶ୍ର, ରାଜ୍ୟ ସଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ସମେତ ଦଳର ସମସ୍ତ ବିଧାୟକ ଓ ବିଧାୟିକା ପ୍ରମୁଖ ଉପସ୍ଥିତଥିଲେ ।

Spread the love