ଦେଶର ବିକାଶ ଏବଂ ଲୋକଙ୍କ ଜୀବନରେ ଉନ୍ନତିଆଣିବାରେ ବିଜ୍ଞାନର ଭୂମିକା ମହତ୍ୱପୂର୍ଣ୍ଣ -ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର, 12/5 – ଦେଶର ବିକାଶ ଏବଂ ଲୋକଙ୍କ ଜୀବନରେ ଉନ୍ନତି  ଆଣିବାରେ ବିଜ୍ଞାନ, ଜ୍ଞାନକୌଶଳ, ନବଉନ୍ମେଷର ଭୂମିକା ମହତ୍ୱପୂର୍ଣ୍ଣ ବୋଲି ଶନିବାର ବିଜ୍ଞାନ ଏବଂ ଶିଳ୍ପ ଗବେଷଣା ପରିଷଦ – ଖଣିଜ ଏବଂ ପଦାର୍ଥ ପ୍ରାଧୋଗିକ ସଂସ୍ଥା, ଭୁବନେଶ୍ୱର (ସିଏସଆଇଆର-ଆଇଏମଏମଟି) ପକ୍ଷରୁ ଆୟୋଜିତ ଷଷ୍ଠ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବ ୨୦୨୦ରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।“ଆତ୍ମନିର୍ଭର ଭାରତ ଏବଂ ବିଶ୍ୱ କଲ୍ୟାଣ ପାଇଁ ବିଜ୍ଞାନ” ଶୀର୍ଷକ ଏହି ଭର୍ଚୁଆଲ ସମାରୋହରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କୋଭିଡ୍‌-୧୯ର ପରିସ୍ଥିତି ଆଜି ନୂତନତ୍ୱକୁ ପ୍ରଧାନ୍ୟ ଦେବାର ନୂଆ ମାର୍ଗ ଦେଖାଇଛି  ଏବଂ ପୂର୍ବାପେକ୍ଷା ବିଜ୍ଞାନର କ୍ଷମତାକୁ ଅଧିକ ସୁଦୃଢ଼ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଶିକ୍ଷା ଦେଇଛି । ଏହି ଅବସରରେ ସେ ଦେଶର ବୈଜ୍ଞାନିକ ସମୁଦାୟଙ୍କୁ ବାସ୍ତବ ଜୀବନର ଶିଳ୍ପ ଏବଂ ସାମାଜିକ ସମସ୍ୟାର ସମାଧାନ କରିବା ଏବଂ ‘ଇନୋଭେଟ୍ ଫର୍ ଇଣ୍ଡିଆ’ ଦିଗରେ ଅଧିକ କାମ କରିବାକୁ ଆହ୍ୱାନ କରିଛନ୍ତି । ଦେଶର ବୈଜ୍ଞାନିକ ସମୂହମାନେ ପ୍ରମାଣିତ କରିଛନ୍ତି ଯେ ଯେତେବେଳେ ଦେଶ ଆହ୍ୱାନର ସମ୍ମୁଖୀନ ହୁଏ ସେତେବେଳେ ସେମାନଙ୍କ ଦ୍ୱାରା ଇନୋଭେସନ ହିଁ ଆମକୁ ସେହି ଆହ୍ୱାନରୁ ଉଦ୍ଧାର କରିଥାଏ । ମହାକାଶ ଠାରୁ କୃଷି, ଔଷଧ ଠାରୁ ତୈଳ, ଗ୍ୟାସ ଏବଂ ଇସ୍ପାତ୍ ଯାଏଁ ଦେଶର ବୈଜ୍ଞାନିକମାନେ ଆତ୍ମନିର୍ଭର ହେବା ସହ ବିଶ୍ୱର ସାମଗ୍ରିକ କଲ୍ୟାଣ କରିବାରେ ବହୁତ ବଡ଼ ସଫଳତା ହାସଲ କରିଛନ୍ତି । ଆଇଆଇଏସଏଫ-୨୦୨୦ ସଫଳତା ପାଇବା ସହ ଏହା ବିଜ୍ଞାନ ଏବଂ ସମାଜ ସହିତ ଯୋଡ଼ିହୋଇ ଭାରତକୁ ଅଧିକ ଆତ୍ମନିର୍ଭର କରିବା ପାଇଁ ନୂଆ ନୂଆ ଉଦ୍ୟୋଗୀ ଇନୋଭେସନ ଆଣିବା ନେଇ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି । ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହର୍ଷବର୍ଦ୍ଧନ, ଡିଏସଆଇଆରର ଡିସି, ସିଏସଆଇଆର ଏବଂ ସଚିବ ଡା. ଶେଖର ସିଂ ମାଣ୍ଡେ, ସିଏସଆଇଆର- ଆଇଏମଏମଟିର ନିେର୍ଦ୍ଦେଶତ ସୁଧାସତ୍ୱା ବାସୁ ପ୍ରମୁଖ ଯୋଗଦେଇଥିଲେ ।

Spread the love