ନୂଆ କୃଷି ଆଇନ ଆଣି ଚାଷୀଙ୍କୁ ସବୁ ପ୍ରତିବନ୍ଧକରୁ ମୁକ୍ତ କରିଛନ୍ତି ପ୍ରଧାନମବୀ – ଧର୍ମେନ୍ଦ୍ର ପ୍ରଧାନ

ମୋଦି ସରକାର ନୂଆ କୃଷି ଆଇନ ଆଣି ଦୀର୍ଘ ଦିନରୁ ଭାରତବର୍ଷର ଚାଷୀଙ୍କ ପାଇଁ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିଛନ୍ତି ବୋଲି ବୁଧବାର ଇନ୍ଦୋର ଠାରେ ନୂଆ କୃଷି ଆଇନ ସମର୍ଥନରେ ଅନୁଷ୍ଠିତ କୃଷି ସ୧ିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମୋଦି ସରକାର ଥିବା ପର୍ଯ୍ୟନ୍ତ କୃଷି ଉତ୍ପାଦିତ ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ପୂର୍ବରୁ ଚାଷୀମାନେ ନିଜର ଉତ୍ପାଦିତ ସାମଗ୍ରୀକୁ ମଣ୍ଡି ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ବିକ୍ରି କରିପାରୁନଥିଲେ । ନିଜର ଉତ୍ପାଦିତ ଫସଲ ସାମଗ୍ରୀ ବିକ୍ରି କରିବା ପାଇଁ ନିଜର କ୍ଷତି ସତ୍ୱେ ମଧ୍ୟସ୍ଥି ବା ଦଲାଲି ମାନଙ୍କର ସାହାଯ୍ୟ ନେବାକୁ ପଡ଼ୁଥିଲା । ଫଳରେ ଚାଷୀମାନେ ଅନେକ ସମସ୍ୟାର ସ୧ୁଖୀନ ହେବା ସହ ନିଜ ଉତ୍ପାଦକୁ ବିକ୍ରି କରି ଉଚିତ୍ ମୂଲ୍ୟ ପାଇପାରୁନଥିଲେ । ଚାଷୀର ନିଜ ଜମି ମଧ୍ୟ ସୁରକ୍ଷିତ ନଥିଲା । ମାତ୍ର ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ନୂଆ କୃଷି ଆଇନ ଆଣି ଏ ସମସ୍ତ ପ୍ରତିବନ୍ଧକରୁ ଚାଷୀଙ୍କୁ ମୁକ୍ତି କରିଛନ୍ତି । ନୂଆ ଆଇନ ଫଳରେ ଚାଷୀମାନେ ନିଜର ମଣ୍ଡି ସମେତ ଦେଶର ଯେକୌଣସି ବଜାରରେ ନିଜର ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିପାରିବେ । ଆଇନରେ ଚାଷୀଙ୍କ ପାଇଁ ସଠିକ୍ ମୂଲ୍ୟ ନି୧/୨ିତ କରାଯାଇଛି । ଚାଷୀଙ୍କ ଜମି ସୁରକ୍ଷିତ ସହ ଜମିର ମାଲାକାନାରେ ସେହି ଚାଷୀର ହିଁ ରହିବାର ବ୍ୟବସ୍ଥା ମଧ୍ୟ ଆଇନରେ କରାଯାଇଛି । ଚାଷୀର ଏକ ଇଂଚି ଜମିକୁ ମଧ୍ୟ ଅନ୍ୟ କେହି ନେଇପାରିବେ ନାହିଁ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସ୍ୱାଧୀନତାର ୭ ଦଶନ୍ଧିରେ ଦେଶର ଚାଷୀ ମାନଙ୍କର ବିକାଶ ପାଇଁ ଯାହା କରାଯାଇପାରିନଥିଲା, ପ୍ରଧାନମବୀ ମୋଦି ତାଙ୍କର ୬ ବର୍ଷର ଶାସନରେ ତା’ଠାରୁ ଅଧିକ ଯୋଗଦାନ ଦେଇଛନ୍ତି । କୃଷି ଓ କୃଷକର କଲ୍ୟାଣ ପାଇଁ ପ୍ରଧାନମବୀ କିଷାନ ସ୧ାନ ନିଧି ଯୋଜନାରେ ଚାଷୀ ପାଖକୁ ସିଧାସଳଖ ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି । ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଞଗନିର୍ଭର ଭାରତ ପ୍ୟାକେଜରେ ୧ଲକ୍ଷ କୋଟିର କୃଷି ଭିତିଭୂମି ପାଣ୍ଠି, ୧୦ ହଜାର କୃଷି ଉତ୍ପାଦ ସଂସ୍ଥା(ଏଫପିଓ) ଗଠନ ପାଇଁ ଯୋଜନା, ପ୍ରଧାନମବୀ କିଷାନ ଯୋଜନା, ପ୍ରଧାନମବୀ ଫସଲ ବୀମା ଯୋଜନା, ସଏଲ ହେଲଥ୍ କାର୍ଡ୍‌, କ୍ଷୁଦ୍ର ଜଳ ସେଚନର ବ୍ୟବସ୍ଥା ମୋଦି ସରକାର କରିଛନ୍ତି । ମଧ୍ୟପ୍ରଦେଶରେ ବାର୍ଷିକ ୬୫ ହଜାର କୋଟି ଟଙ୍କାର ପେଟ୍ରୋଲ, ଡିଜେଲ, ଏଲପିଜି ଓ ଅନ୍ୟାନ୍ୟ ଇନ୍ଧନ ବିକ୍ରି କରାଯାଉଛି । ଆଗାମୀ ଦିନରେ ବିଦେଶରୁ ଆମଦାନୀ ହ୍ରାସ କରାଯାଇ ମଧ୍ୟପ୍ରଦେଶର ଧାନ, ଆଖୁ ଓ ବିଭିନ୍ନ କୃଷି ବର୍ଜ୍ୟବସ୍ତୁରୁ ୮ ହଜାରରୁ ୧୦ ହଜାର କୋଟି ଟଙ୍କାର ଇନ୍ଧନ ଇତ୍ପାଦନ କରାଯିବ । ଯାହାର ଅଧିକ ଲାଭ ମଧ୍ୟପ୍ରଦେଶର ଚାଷୀମାନଙ୍କୁ ମିଳିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love