କେନ୍ଦୁଝର ପଳାସପଙ୍ଗାରେ ବିଜୟ ସଂକଳ୍ପ ସଭାରେ ଯୋଗଦେଲେ ଧର୍ମେନ୍ଦ୍ର

କେନ୍ଦୁଝର ନିର୍ବାଚନ ମଣ୍ଡଳୀର ପଳାସପଙ୍ଗାରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ମୋହର ମାରି ଜୟଯୁକ୍ତ କରିବାକୁ ସାଧାରଣ ଜନତାଙ୍କୁ ନିବେଦନ  କରିଛନ୍ତି।  ଆଜି ଗରିବ ଘରର ପୁଅ ଦେଶରେ ପ୍ରଧାନମନ୍ତ୍ରୀ ହୋଇଥିବା କାରଣରୁ ଆଜି ଗରିବଙ୍କୁ ପ୍ରାଥମିକତା ଦିଆଯାଉଛି । ମୁଖ୍ୟମନ୍ତ୍ରୀ ସୁନା ଚାମଚ ନେଇ ନେଇ ମୁହଁରେ ଜନ୍ମ ନେଇଛନ୍ତି, ସେ ଗରୀବଙ୍କ କଥା କଣ ବୁଝିବେ ? ରାଜ୍ୟରେ ବିଜେପି ସରକାର ହେଲେ କେନ୍ଦୁଝର ଜିଲ୍ଲାରେ ମେଡିକାଲ କଲେଜ ସହ ବି.ଇଡି କଲେଜ ପ୍ରତିଷ୍ଠା କରାଯିବ, ବନ୍ଦ ପଡିଥିବା ସବୁ ସ୍ପଞ୍ଜ କାରଖାନାକୁ ପନରୁଦ୍ଧାର କରାଯିବାର ନୂଆ ବ୍ୟବସ୍ଥା କରାଯିବ, ଯୁବକମାନଙ୍କୁ ରୋଜଗାର ଦିଆଯିବ । ସେହିପରି ଏଠାକାରବାସୀଙ୍କ ଗୋଟିଏ ଷ୍ଟିଲ ପ୍ଲାଂଟର କଳ୍ପନା ଥିବାବେଳେ ଏହାକୁ ମୋଦି ସରକାର ପୂରଣ କରିବ ।

 

ଫଳରେ କେନ୍ଦୁଝର ଜିଲ୍ଲାର ଖଣିଖାଦାନ ଜିନିଷ କେବଳ ବନ୍ଦର ଦେଇ ବିଦେଶକୁ ଯିବ ନାହିଁ । ଏଠାରେ କାରଖାନା ତିଆରି କରି କେନ୍ଦୁଝରର ଯୁବକଙ୍କୁ ରୋଜଗାର ଦେବାର ବ୍ୟବସ୍ଥା କରାଯିବ , ରାଜ୍ୟରେ ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ । ରାଜ୍ୟରେ ୨୫ଟି ଜିଲ୍ଲାରେ କୁପୋଷଣ ସ୍ଥିତି ଗମ୍ଭୀର ଅବସ୍ଥାରେ ଅଛି । ରାଜ୍ୟରେ ଗର୍ଭବତୀ ମହିଳା ଅପପୃଷ୍ଟି ଏବଂ ଶିଶୁମାନେ କୁପୋଷଣର ଶୀକାର ହୋଇଥିବା ବେଳେ ଏହାର ଦାୟିତ୍ୱ ବିଜେପି ନେବ ।

Spread the love