ଡା. ବି.ଆର ଆମ୍ବେଦକରଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭାରତର ସମ୍ବିଧାନ ନିର୍ମାତା, ସମାଜସେବୀ ତଶ ଭାରତରତ୍ନ ଡା. ବି.ଆର ଆମ୍ବେଦକରଙ୍କ ୧୨୯ତମ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଶ୍ରୀ ପ୍ରଧାନ ବାବାସାହେବ ବି.ଆର ଆମ୍ବେଦକରଙ୍କୁ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏନେଇ ଶ୍ରୀ ପ୍ରଧାନ ଟ୍ୱିଟ କରି ଜଣାଇଛନ୍ତି । ବାବାସାହେବ ଡା. ବି.ଆର ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅବସରରେ ପୁଷ୍ପମାଲ୍ୟ ଅର୍ପଣ କଲି ବୋଲି ସେ ଟ୍ୱିଟ କରିଛନ୍ତି ।

Spread the love