ଋଷରେ ଓଏନ୍ଜିସି ଭାଗିଦାରୀରେ ପ୍ରତିଷ୍ଠିତ ସାଖାଲିନ୍-୧ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପାଂଚଦିନିଆ ଋଷ ଓ ଜାପାନ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଋଷର ସାଖାଲିନ୍ ତୈଳ କ୍ଷେତ୍ର ପରିଦର୍ଶନ କରି ଏହି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ଋଷର ଗ୍ୟାସ କ୍ଷେତ୍ରରେ ଓଏନ୍ଜିସି ବିଦେଶ କମ୍ପାନୀ ଋଷର ସାଖାଲିନ୍-୧ ପ୍ରକଳ୍ପରେ ଭାରତର ସବୁଠୁ ବଡ
ଏକକ ପୁଞ୍ଜିନିବେଶ କରିଛି । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦୃଷ୍ଟିକୋଣରେ ଭାରତ ଏବଂ ଋଷର
ଉର୍ଜା ସଂଯୋଗକୁ ମଜବୁତ୍ କରିବା ପାଇଁ ଓଏନଜିସି ବିଦେଶ କମ୍ପାନୀ ୨୦୦୧ ଠାରୁ ସାଖାଲିନ୍ -୧ ପ୍ରକଳ୍ପରେ ୨୦ ପ୍ରତିଶତ ଭାଗୀଦାର ରହିଆସୁଛି । ସେତେବେଳେ ଏହି ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଋଷ ରେ ଭାରତୀୟ ରାଷ୍ଟ୍ରଦୂତ ସତି ଲାମ୍ବାଙ୍କୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ । ବର୍ତମାନ
ରାଷ୍ଟ୍ରଦୂତ ଥିବା ଶ୍ରୀ ଭେଙ୍କଟେଶ୍ ବର୍ମା ମଧ୍ୟ ଏହି ପ୍ରକଳ୍ପରେ ସାମିଲ ଥିବା ଶ୍ରୀ ପ୍ରଧାନ କହିଛନ୍ତି ।
ଭାରତରେ ‘ବମ୍ବେ ହାଇ’ ଭଳି ସାଖାଲିନ୍ ବିପୁଳ ତୈଳ ଉତ୍ପାଦକ କ୍ଷେତ୍ର ଅଟେ । ଏକ୍ସନ ମୋବିଲ କର୍ପୋରେସନ୍, ରୋଜନେଫ୍ଟ, ଜାପାନିଜ୍ ଏସଓଡିଇସିଓ ଏବଂ ଭାରତର ଓଏନଜିସି ବିଦେଶ କମ୍ପାନୀ ଏହାର ସହଯୋଗୀ ଥିବା ବେଳେ ସମସ୍ତଙ୍କ ଭାଗିଦାରୀରେ ଏହା ୨୦୫୫ ପର୍ଯ୍ୟନ୍ତ ତୈଳ ଏବଂ ଗ୍ୟାସ ଉତ୍ପାଦନ କରିବାର ଯୋଜନା ରଖିଛି । ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ପ୍ରତିନିଧି ମଣ୍ଡଳି ସହ ଓଏନ୍ଜିସି ବିଦେଶ ଭାଗିଦାରୀ ଥିବା ରିଗ୍ ‘କ୍ରିଚେଟ୍’ ବୁଲି ଦେଖିଛନ୍ତି । ଏଠାରେ ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରେ କାମ କରିବାକୁ ପଡେ । ଏହାବ୍ୟତିତ ସେ ଓଏନଜିସି ବିଦେଶ କମ୍ପାନୀର ଓଡିଆ ଅଧିକାରୀ ସନ୍ତୋଷ ଦାଶଙ୍କୁ ସାକ୍ଷାତ୍ କରି
ଆଲୋଚନା କରିଛନ୍ତି ।

Spread the love