ସୁନ୍ଦରଗଡ ଜିଲ୍ଲାର ତଳସରା ଓ ରାଜଗାଙ୍ଗପୁରରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ସୁନ୍ଦରଗଡ ଜିଲ୍ଲାର ତଳସରା ଓ ରାଜଗାଙ୍ଗପୁରରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ  କହିଛନ୍ତି  ଦେଶରେ ସ୍ଥିର ସରକାର ବନାଇବା ପାଇଁ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ବନାଇବାର ଆବଶ୍ୟକତା ରହିଛି ।

ମୋଦିଙ୍କ ସରକାରରେ ଓଡିଶାରେ ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ଘରେ ବିଜୁଳି ପହଁଚାଯାଇଛି,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ପାଇଁ ୧୦ ଲକ୍ଷ ପକ୍କା ଘର ଦିଆଯାଇଛି,୫୦ ଲକ୍ଷ ଘରେ ଶୌଚାଳୟ ବନିଛି,୪୦ ଲକ୍ଷ ଘରେ ଉଜ୍ଜଳା ଯୋଜନାରେ ଗ୍ୟାସ ଲାଗିଛି,ଡିଏମ୍ଏଫ୍, ରାସ୍ତା,ରେଳ ଓଡିଶାର ବିକାଶ ପାଇଁ ମୋଟ ସାଢେ ୫ ଲକ୍ଷ କୋଟି ଟଙ୍କା ମୋଦି ଦେଇଛନ୍ତି !

୧୯ ବର୍ଷର ସରକାରରେ ଏ ଅଂଚଳରେ ପିଇବା ପାଇଁ ଶୁଦ୍ଧ ପାଣି ନାହିଁ, ସ୍କୁଲରେ ଶିକ୍ଷକ ନାହାଁନ୍ତି, ୨୪ ଘଂଟା ବିଜୁଳି ନାହିଁ, ଡାକ୍ତର ନାହାଁନ୍ତି, ରୋଜଗାର ନାହିଁ, ପେସା ଆଇନରେ ସବୁ ଆଦିବାସୀଙ୍କୁ ଜମି ଅଧିକାର ମିଳିନାହିଁ । ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯିବ, ଏସଏସଜି ମହିଳାମାନଙ୍କ ଋଣ ଛାଡ କରାଯିବା ସହ ବିନା ସୁଧରେ ଋଣ ଦିଆଯିବ l  ସବୁ ସରକାରୀ ପଦବୀକୁ ଆଗାମୀ ୨ ବର୍ଷ ଭିତରେ ପୂରଣ କରାଯିବ, ଚିଟଫଣ୍ଡ ଓ ଖଣି ଚୋରଙ୍କୁୁ ଜେଲ ପଠାଯିବ, ୧୫ ବର୍ଷ ତଳେ ଥିବା ଝିଅ ମାନଙ୍କ ସହ ଅତ୍ୟାଚାର କରୁଥିବା ଲୋକଙ୍କୁ ଫାଶି ଦଣ୍ଡ ଦିଆଯିବ । ମୋଦିଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଲାଗୁ କଲେ ନାହିଁ ।

ଓଡିଆ ଲୋକ ଦୁଃଖରେ ରୁହନ୍ତୁ, କଷ୍ଟରେ ରୁହନ୍ତୁ କିନ୍ତୁ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ନ ହେଉ ରାଜ୍ୟ ସରକାର ଚାହୁଁଛନ୍ତି । ଏ ବ୍ୟବସ୍ଥାକୁ ବଦଳେଇବା ଦରକାର । ଓଡିଶାରେ ଅପପୃଷ୍ଟି ଓ କୁପୋଷଣ ସ୍ଥିତି ଗମ୍ଭୀର ଥିବା ବେଳେ ଏହାର ଦାୟିତ୍ୱ ବିଜେପି ନେବ । ବିଜେପି ସରକାର ହେଲେ ଓଡିଆ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ମିଳିବ ।

Spread the love