ଦେଶରେ ଗ୍ୟାସ ଭିତିଭୂମିକୁ ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନୀଙ୍କୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୪/୦୯: ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନିଥ୍ ଜଷ୍ଟରଙ୍କ ସହ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶରେ ଗ୍ୟାସ ଭିତିଭୂମିକୁ ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନୀ ମାନଙ୍କୁ ଆଗେଇ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଆଲୋଚନା କାଳରେ ଭାରତ ଓ ଆମେରିକା ଦ୍ୱିପାକ୍ଷିକ ସାମରିକ ଉର୍ଜା ଉପରେ ଉଭୟ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସାମରିକ ଭାଗିଦାରୀରେ ଉର୍ଜା ଏକ ମହତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛି ବୋଲି ଆମେରିକାର ରାଷ୍ଟ୍ରଦୂତ ମତପ୍ରକାଶ କରିଥିଲେ। ଏହାସହ ପ୍ରାକୃତିକ ଗ୍ୟାସ କ୍ଷେତ୍ରକୁ କିପରି ଅଧିକ ମଜବୁତ୍ କରାଯିବ ସେ ଦିଗରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାବ୍ୟତିତ ଚଳିତବର୍ଷ ଜୁନରେ ଆରମ୍ଭ ହୋଇଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାର କର୍ପୋରେସନ ଉପରେ ଉଭୟ ସମୀକ୍ଷା କରିଥିଲେ।

Spread the love