ଦେଶ ବିକାଶରେ ଓଡ଼ିଶାର ଭୂମିକା ରହିବ : ଧର୍ମେନ୍ଦ୍ର

ଭୁବନେଶ୍ୱର, ଓଡ଼ିଶାରେ ବିକାଶ ହେଲେ ଦେଶର ବିକାଶ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତର ବିକାଶ ଦିଗରେ ଅଧିକ ଗୁରୁତ୍ୱ ଦେଉଛନ୍ତି ।  ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆୟୋଜିତ ସିଏଏ ସମର୍ଥନ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷଣାରେ ଏଭଳି କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ପୂର୍ବ ଭାରତର ବିକାଶ ନହେବା ଯାଏ ଭାରତର ବିକାଶ ହେବ ନାହିଁ । ଭାରତର ବିକାଶରେ ଓଡ଼ିଶାର ଅଗ୍ର ଭାଗରେ ରହିବ । ଦେଶର ବିକାଶ କ୍ଷେତ୍ରରେ ଓଡ଼ିଶା ମୁଖ୍ୟ ଭୁମିକା ଗ୍ରହଣ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତର ବିକାଶ ପାଇଁ ସବୁ ବେଳେ ତତ୍‌ପର । ଆଜି ଜୋନାଲ କାଉନ୍‌ସିଲ ବୈଠକକୁ ନେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ପୂର୍ବରୁ ଏଭଳି ବୈଠକ କେବେ ହୋଇନଥିଲା । ଗୃହମନ୍ତ୍ରୀ ଅମିତ ଶାହଙ୍କ ଇଚ୍ଛାଶକ୍ତି ଯୋଗୁ ଓଡ଼ିଶାରେ ଆଜି ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇପାରିଛି । ଆଉ ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ରାଜ୍ୟର ସ୍ୱାର୍ଥ କଥା କହିପାରିଛନ୍ତି ।

ତେବେ ବାତ୍ୟା ଫୋନି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ମିଳିଥିବା ସହାୟତା କଥା ମଧ୍ୟ କହିଲେ ଧର୍ମେନ୍ଦ୍ର । ନିଜ ଅଭିଭାଷଣରେ ସେ କହିଛନ୍ତି ଫୋନି ବାତ୍ୟା ଆସିବା ପୂର୍ବରୁ କେନ୍ଦ୍ର ସରକାର ଓଡ଼ିଶାକୁ ୩୦୦ କୋଟି ଅଗ୍ରୀମ ସହାୟତା ଯୋଗାଇ ଦେଇଥିଲେ । ଆଉ ବତ୍ୟା ପରେ ଖବର ପାଇ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ପୁଣି ୧୦୦୦ କୋଟିର ସହାୟତା ଯୋଗାଇଥିଲେ । ତେବେ କେନ୍ଦ୍ରରେ ଥିବା ମୋଦି ସରକାର ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଏହା ସହ ରେଳ ବିଭାଗ କଥା ମଧ୍ୟ ଉଠାଇଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଓଡ଼ିଶାକୁ କଂଗ୍ରେସ ଅମଳରେ ରେଳ ବିକାଶ ପାଇଁ ଯେତିକି ମିଳିଥିଲା ତାଠାରୁ ଢ଼େର୍‌ ଅଧିକ ଦେଇଛି ମୋଦି ସରକାର । ୨୦୨୦-୨୧ରେ ଓଡ଼ିଶାରେ ୫ ହଜାର ୨୯୬ କୋଟି ଟଙ୍କାର ରେଳ ପ୍ରକଳ୍ପ ଚାଲିଥିବା କହିଛନ୍ତି ଧର୍ମେନ୍ଦ୍ର । ଏହା ସହ ଖଣି କଥା ମଧ୍ୟ କହିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି, ୨୦୧୫ ପୂର୍ବରୁ କେବଳ ରାଜ୍ୟରେ କେବଳ ଟଙ୍କା ନେଇ ବଡ଼ ବଡ଼ ପୁଞ୍ଜିପତିଙ୍କୁ ଖଣି ଲିଜ୍‌ ଦିଆଯାଉଥିଲା । ହେଲେ ୨୦୧୫ ପରେ ମୋଦି ସରକାର ଏହି ନିୟମକୁ ବଦଳାଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଯାହାଦ୍ୱାର ଓଡ଼ିଶାକୁ ଅନେକ ଫଇଦା ହେବ । ଓଡ଼ିଶାକୁ ୨୫୦୦୦ କୋଟି ଟଙ୍କା ଅଧିକ ରାଜସ୍ୱ ମିଳିବ ବୋଲି ଅନୁମାନ କରାଯାଉଥିବା କହିଛନ୍ତି ଧର୍ମେନ୍ଦ୍ର ।

ବର୍ତ୍ତମାନର ମୋଦି ସାରକାର ଓଡ଼ିଶା ପାଇଁ ଯେତିକି ସମ୍ବେଦନଶୀଳ ଅନ୍ୟ କୌଣସି ସରକାର ସମ୍ବେଦନଶୀଳ ନଥିଲେ । ପୁଣି ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ମଧ୍ୟ ନିବେଦନ କରିଛନ୍ତି ଧର୍ମେନ୍ଦ ।

Spread the love